33.1 C
Bhubaneswar
Saturday, April 27, 2024
Homeଓଡିଶାରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା: ବିଭିନ୍ନ ସ୍ଥାନରେ ଜଳବନ୍ଦୀ, ରାସ୍ତା ଘାଟରେ ଯାତାୟତ ଠପ୍‌

ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା: ବିଭିନ୍ନ ସ୍ଥାନରେ ଜଳବନ୍ଦୀ, ରାସ୍ତା ଘାଟରେ ଯାତାୟତ ଠପ୍‌

ଭୁବନେଶ୍ୱର: ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା । ରାଜଧାନୀକୁ ବୁଡାଇଲା ମୂଷଳଧାରର ବର୍ଷା। କଟକ, ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା। ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି। ରାସ୍ତା ଘାଟରେ ଯାତାୟତ ଠପ୍‌ ହୋଇଯାଇଛି। ବିଭିନ୍ନ ସ୍ଥାନରେ ଗାଡିମୋଟର ଅଟକି ରହିଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ବର୍ତ୍ତମାନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି।

ଏହାର ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା। ୨୭ ତାରିଖରୁ ବଢିବ ବର୍ଷାର ବିସ୍ତତି। ୨୯ରୁ ଅକ୍ଟୋବର ୪ ତାରିଖ ମଧ୍ୟରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। କୋରାପୁଟରେ ପ୍ରବଳ ଘଡ଼ଘଡି ସହ ବର୍ଷା ଲାଗିରହିଛି। ପ୍ରବଳ ଜୋରରେ ପବନ ମଧ୍ୟ ବୋହୁଛି। ଫଳରେ ବିଦ୍ୟୁତ୍‌ ସରବରାହ ବିଛିନ୍ନ ହୋଇଯାଇଛି। ବର୍ଷା ନେଇ ୭ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking