27.1 C
Bhubaneswar
Wednesday, June 26, 2024
Homeଦେଶ ବିଦେଶବ୍ରିଟେନ୍‌ରେ ଆଷ୍ଟ୍ରାଜେନିକା ଟିକା ନେଇ ୭ ମୃତ

ବ୍ରିଟେନ୍‌ରେ ଆଷ୍ଟ୍ରାଜେନିକା ଟିକା ନେଇ ୭ ମୃତ

ଲଣ୍ଡନ: ବ୍ରିଟେନ୍‌ରେ ଆଷ୍ଟ୍ରାଜେନିକା କୋଭିଡ୍ ଟିକା ନେଇ ୩୦ଜଣଙ୍କ ରକ୍ତ ଜମାଟ ବାନ୍ଧିଥିଲାବେଳେ ସେମାନଙ୍କ ମଧ୍ୟରୁ ୭ଜଣଙ୍କ ମୃତ୍ୟୁ ଘଟିଛି । ଆଷ୍ଟ୍ରାଜେନିକା ଟିକା ନେବା ଦ୍ୱାରା ରକ୍ତ ଜମାଟ ବାନ୍ଧୁଥିବାରୁ କେତେକ ୟୁରୋପୀୟ ରାଷ୍ଟ୍ର ଏହି ଟିକାର ପ୍ରୟୋଗ ବନ୍ଦ କରିଦେଇଛନ୍ତି । ବ୍ରିଟେନ୍‌ର ଔଷଧ ଓ ଚିକିତ୍ସା ଉପକରଣ ଉତ୍ପାଦନ ନିୟନ୍ତ୍ରଣକାରୀ ସଂସ୍ଥା ପକ୍ଷରୁ ଏକ ବିବୃତିରେ ଏହି ସୂଚନା ଦିଆଯାଇଛି । ନେଦରଲାଣ୍ଡସରେ ଗତ ଶୁକ୍ରବାର ୬୦ବର୍ଷରୁ କମ୍ ବୟସର ଲୋକଙ୍କ ଟିକାକରଣ ବନ୍ଦ ରଖାଯାଇଛି । ଏହା ପୂର୍ବରୁ ଜର୍ମାନୀ ସରକାର ଅନୁରୂପ ପଦକ୍ଷେପ ନେଇଥିଲେ । ୟୁରୋପରେ ଅନ୍ୟ ଯେଉଁ ରାଷ୍ଟ୍ରଗୁଡ଼ିକରେ ଆଷ୍ଟ୍ରାଜେନିକା ଟିକା ବ୍ୟବହାର ବନ୍ଦ ରଖାଯାଇଛି, ସେଗୁଡ଼ିକ ମଧ୍ୟରେ ରହିଛି ଅଷ୍ଟ୍ରିଆ, ଡେନମାର୍କ, ଇସ୍ତୋନିଆ, ଲାଟଭିଆ, ଲିଥୁଆନିଆ ଏବଂ ଲକଜେମବର୍ଗ । ଏହି ୬ଟି ଦେଶ ଆଷ୍ଟ୍ରଜେନିକା ଟିକା ସୁରକ୍ଷିତ ନୁହେଁ ବୋଲି ଦର୍ଶାଇଥିଲେ । ତେବେ ବ୍ରିଟେନ୍ ସରକାର ଏହାକୁ ଖଣ୍ଡନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking