36.1 C
Bhubaneswar
Monday, June 17, 2024
Homeଓଡିଶାଓଡ଼ିଶା-ଛତିଶଗଡ଼ ସୀମା ସିଲ୍

ଓଡ଼ିଶା-ଛତିଶଗଡ଼ ସୀମା ସିଲ୍

ଝାରସୁଗୁଡ଼ା : ପଡ଼ୋଶୀ ଛତିଶଗଡ଼ରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଛତିଶଗଡ-ଓଡ଼ିଶା ସୀମା କନକତୋରାଠାରେ ଜାତୀୟ ରାଜପଥ ୪୯କୁ ସିଲ୍ କରାଯାଇଛି । କେବଳ ଅତ୍ୟାବଶ୍ୟକ କାମରେ ଲୋକଙ୍କ ଯାତାୟାତକୁ ଅନୁମତି ଦିଆଯାଉଥିବା ବେଳେ ଓଡ଼ିଶା-ଛତିଶଗଡ ମଧ୍ୟରେ ଚଳାଚଳ କରୁଥିବା ଯାନବାହନକୁ ମଧ୍ୟ ନିୟନ୍ତ୍ରିତ କରାଯାଉଛି । ପଡ଼ୋଶୀ ଛତିଶଗଡ଼ ରାଜ୍ୟରେ କରୋନ ସଂକ୍ରମିତଙ୍କ ସଂଖ୍ୟା ଏବେ ବୃଦ୍ଧି ପାଇବାରେ ଲାଗିଛି । ଛତିଶଗଡ଼ରୁ କରୋନା ଝାରସୁଗୁଡା ଦେଇ ଓଡ଼ିଶାକୁ ନବ୍ୟାପିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ପ୍ର୍ରଶାସନ ପକ୍ଷରୁ ଏଭଳି ସୁରକ୍ଷା ବ୍ୟବସ୍ଥା ସହ ବିଭିନ୍ନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ସୀମା ସିଲ୍ ପରେ ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ନଥିଲେ କାହାରିକୁ ପଡ଼ୋଶୀ ଛତିଶଗଡ଼ ରାଜ୍ୟକୁ ଯିବା ପାଇଁ ଅନୁମତି ଦିଆଯାଉନାହିଁ ।

ସମସ୍ତ ପ୍ରକାର ଯାନବାହନଗୁଡ଼ିକୁ ଯାଞ୍ଚ ସହ ଲୋକଙ୍କୁ ମାକ୍ସ ବ୍ୟବହାର, ସାମାଜିକ ଦୂରତା ରକ୍ଷା ଆଦି ବିଷୟରେ ସଚେତନ କରାଯାଉଛି। ସେହିପରି ଛତିଶଗଡ଼କୁ ଲାଗିଥିବା ଗ୍ରାମଗୁଡ଼ିକରେ ଲୋକଙ୍କୁ କରୋନା ବିଷୟରେ ସଚେତନ କରି ଯଥା ସମ୍ଭବ ବର୍ତ୍ତମାନର ପରିସ୍ଥିତିରେ ଛତିଶଗଡ଼କୁ ଯାତାୟାତ ନ କରିବା ପାଇଁ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି । ସେହିପରି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ଉଲ୍ଲଙ୍ଘନକରି ଅତ୍ୟାବଶ୍ୟକ କାମ ନଥାଇ ମଧ୍ୟ ଛତିଶଗଡକୁ ଯାତାୟାତ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । କନକତୋରାଠାରେ ସୀମା ସିଲ ଅବସରରେ ଉପଜିଲ୍ଲାପାଳ ଶିବ ଟପ୍ପୋ, ଲଖନପୁର ତହସିଲଦାର ବିଶ୍ୱକେଶନ ପାଣ୍ଡେ, ବିଡିଓ ସଞ୍ଜିବ ପଟେଲ, ରେଙ୍ଗାଲି ଆଇଆଇସି ସାରଙ୍ଗଧର ପାଣିଗ୍ରାହୀଙ୍କ ସମେତ ଚାରପାଲି ସରପଞ୍ଚ ପ୍ରଦୀପ ବିଶ୍ୱାଳ, କନକତୋରା ସରପଞ୍ଚ ଡଲି କଲ୍ୟାରୀ ପ୍ରମୁଖ କନକତୋରା କାଳୀ ମନ୍ଦିର ଛକ ନିକଟସ୍ଥ ସୀମାରେ ଉପସ୍ଥିତ ଥିଲେ । ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାନ୍ତ ସହ ସଂଯୋଗ କରୁଥିବା ଓଡ଼ିଶାର ସୀମାକୁ ସିଲ୍ କରାଯାଉଛି । ଛତିଶଗଡ଼ ସଂଲଗ୍ନ ସିମଡ଼େଗା ଜିଲ୍ଲାର ସୀମାକୁ ବନ୍ଦ କରାଯାଇଛି । ଏଥିରେ ଛତିଶଗଡ଼ରୁ ଆସୁଥିବା ଲୋକଙ୍କ ଆଣ୍ଟିଜେନ୍ ଟେଷ୍ଟ ହେବା ପରେ ସେମାନଙ୍କୁ ସିମଡ଼େଗାକୁ ପ୍ରବେଶ ପାଇଁ ଅନୁମତି ମିଳିବ । ଏହିକ୍ରମରେ ବୀରମିତ୍ରପୁର- ବାଁସଜୋର( ଝାଡ଼ଖଣ୍ଡ ସୀମା) କୁ ମଧ୍ୟ ଏପରି ସିଲ୍ କରାଯିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking