36.1 C
Bhubaneswar
Saturday, May 18, 2024
Homeଓଡିଶାଅବ୍ୟବସ୍ଥା ଘେରରେ ଆହାର କେନ୍ଦ୍ର : ଖତ ଖାଉଛି ଫିଲ୍ଟର, ଲୋକଙ୍କୁ ମିଳୁନ ପାଣି

ଅବ୍ୟବସ୍ଥା ଘେରରେ ଆହାର କେନ୍ଦ୍ର : ଖତ ଖାଉଛି ଫିଲ୍ଟର, ଲୋକଙ୍କୁ ମିଳୁନ ପାଣି

ଗଞ୍ଜାମ: ସହରାଞ୍ଚଳ ଗରିବ ଲୋକମାନଙ୍କୁ ରିହାତି ମୂଲ୍ୟରେ ଗରମ ରନ୍ଧା ଖାଦ୍ୟ ପ୍ରଦାନ ନିମନ୍ତେ ଓଡ଼ିଶା ସରକାର ଆହାର ଯୋଜନା ୧ ଏପ୍ରିଲ୍ ୨୦୧୫ ମସିହାରେ ଆରମ୍ଭ କରିଥିଲେ । ଏହି ଯୋଜନା ମାଧ୍ୟମରେ ସାଧାରଣ ଲୋକ ହୁଅନ୍ତୁ ଅବା ଗରିବ ଖଟିଖିଆ ଲୋକ ୫ ଟଙ୍କାରେ ପେଟ ପୁରାଇ ରନ୍ଧା ଖାଦ୍ୟ ଖାଇବା ବ୍ୟବସ୍ଥା ରହିଛି । କିନ୍ତୁ ବ୍ରହ୍ମପୁରରେ ଏହି ଯୋଜନା ବାଟବଣା ହୋଇଯାଇଛି । ରେଳ ଷ୍ଟେସନ, ସିଟି ହସ୍ପିଟାଲ, ନୂଆଁ ତାଲୁକା, ନୂଆଁ ବସଷ୍ଟାଣ୍ଡ ଓ ବଡ଼ ମେଡିକାଲ ନିକଟ ଏଭଳି ସହର ୫ଟି ସ୍ଥାନରେ ଥିବା ଆହାର କେନ୍ଦ୍ରରେ ଅନେକ ସମସ୍ୟାରେ ବୁଡ଼ି ରହିଛି । ଏହି କେନ୍ଦ୍ର ଗୁଡ଼ିକର ପ୍ରତିଦିନ ୩୩୫୦ଟି ହିତାଧିକାରୀଙ୍କ ନିମନ୍ତେ ଖାଦ୍ୟ ପରିବେଷଣ କରାଯାଇଥାଏ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚଜି) ମାନଙ୍କୁ ଆହାର କେନ୍ଦ୍ରର ପରିଚାଳନା ଓ ରକ୍ଷଣା ବେକ୍ଷଣ ନିମନ୍ତେ ପ୍ରଶିକ୍ଷଣ ଦିଆଗଲା । କିନ୍ତୁ ଉକ୍ତ ଆହାର କେନ୍ଦ୍ର ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଢ଼ିଲା ମନୋବୃତ୍ତିି ପାଇଁ ବିଭିନ୍ନ ସମସ୍ୟାର ହିତାଧିକାରୀ ସମ୍ମୁଖୀନ କରୁଛନ୍ତି । କେନ୍ଦ୍ର ଗୁଡ଼ିକର ହିତାଧିକାରୀ ଓ କର୍ମଚାରୀ କୌଣସି ପ୍ରକାର କରୋନା କଟକଣା ମାନୁନଥିବ ଦେଖିବାକୁ ମିଳିଛି । କେନ୍ଦ୍ର ମଧ୍ୟରେ ରହି ଖାଇବା ନିୟମ ଥିଲେ ମଧ୍ୟ କିଛି କେନ୍ଦ୍ରରେ ଗୋଟିଏ ବ୍ୟକ୍ତି ୧୨ରୁ ୧୪ଟି ଟିକଟ କ୍ରୟ କରି ଉକ୍ତ ଖାଦ୍ୟ ବାହାରକୁ ନେଇଥାନ୍ତି । ସହର ଅନେକ ସ୍ଥାନରେ ଘର କାମରେ ନିୟୋଜିତ ଥିବା ମୂଲିଆ ଓ ମିସ୍ତ୍ରୀ ମାନଙ୍କୁ ଠିକାଦାର ମାନେ ନେଇ ଏହି ଖାଦ୍ୟ ଦେଉଥିବାର ଅଭିଯୋଗ ହେଉଛି ।

କେନ୍ଦ୍ର ପରିସର ସ୍ୱଚ୍ଛ ଓ ପରିଷ୍କାର ନଥିବା ନଜରକୁ ଆସିଛି । ଯାହା ଫଳରେ ହିତାଧିକାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନେଇ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏହା ସହ ନୂଆଁ ବସଷ୍ଟାଣ୍ଡ ନିକଟରେ ଥିବା ଆହାର କେନ୍ଦ୍ରରେ ପାନୀୟ ଜଳର ସୁବ୍ୟବସ୍ଥା ନଥିବାରୁ ହିତାଧିକାରୀ ବାଧ୍ୟ ହୋଇ ଅପରିଷ୍କାର ଟାଙ୍କିର ପାଣି ପିଉଛନ୍ତି । ସେହିପରି ବଡ଼ ମେଡିକାଲ୍ ନିକଟରେ ଥିବା କେନ୍ଦ୍ରରେ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା ନଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି । ସେମାନଙ୍କ ନିମନ୍ତେ ନିର୍ମାଣ ହୋଇଥିବା ଶୌଚାଳୟ ଅଧିକାଂଶ ସମୟରେ ବନ୍ଦ ରହୁଛି । ଯାହା ଫଳରେ ପରିସ୍ରା ନିମନ୍ତେ ଅନ୍ୟତ୍ର ଯିବାକୁ ପଡ଼ିଥାଏ । ଗୋଟିଏ ହିତାଧିକାରୀଙ୍କ ଖାଦ୍ୟ ନିମନ୍ତେ ୨୩ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସଠିକ୍ ମାନର ଖାଦ୍ୟ ମିଳୁନଥିବା ଅଭିଯୋଗ ହେଉଛି । ଡାଲମା ଓ ପରିବା ଏବଂ ଅନ୍ୟାନ ଖର୍ଚ୍ଚ ନିମନ୍ତେ ୮ ଟଙ୍କା ୩୦ ପଇସା ଖର୍ଚ୍ଚ ହେଉଛି । କିନ୍ତୁ ଡାଲାମାରେ ଆବଶ୍ୟକ ମୁତାବକ ପରିବା ପଢ଼ି ନଥିବା ଅଭିଯୋଗ ହୋଇଛି । ଏହାସହ କେନ୍ଦ୍ରର ଥିବା ୱାଟର ଫିଲଟର ଗୁଡ଼ିକ ଅଚଳ ଅବସ୍ଥାରେ ପଡ଼ି ପଡ଼ି ଖତ ଖାଉଥିବା ଦେଖିବାକୁ ମିଳିଛି । ଏହି ସବୁ ଅବ୍ୟବସ୍ଥାକୁ ନେଇ ସହରର ଆହାର କେନ୍ଦ୍ର ପରିଚାଳନା ଦାୟିତ୍ୱରେ ଥିବା ଏନ୍‌. ଅରୁଣଙ୍କୁ ପଚାରିବାରୁ ସେ କହିଛନ୍ତି, ଆହାର କେନ୍ଦ୍ରରେ ଥିବା ୱାଟର ଫିଲ୍ଟର ଗୁଡ଼ିକ ନଷ୍ଟ ହୋଇଗଲାଣି ବର୍ତ୍ତମାନ ସେଗୁଡିକ ଆଉ କାମରେ ଆସିବ ନାହିଁ । କେନ୍ଦ୍ରରୁ ଖାଦ୍ୟ ବାହାରକୁ ନଦେବା ନିମନ୍ତେ କେନ୍ଦ୍ର ପରିଚାଳନାରେ ଥିବା ଏସ୍‌ଏଚ୍‌ଜି ଗୋଷ୍ଠୀମାନଙ୍କୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking