26.1 C
Bhubaneswar
Sunday, March 15, 2026
Homeଓଡିଶାବିନା ସର୍ଚ୍ଚ ୱାରେଣ୍ଟରେ ବିଜେଡିର ତାରକା ପ୍ରଚାରକ ପ୍ରୀତି ରଞ୍ଜନ ଘଡାଇଙ୍କ ଘରେ ଚଢାଉ ମାମଲାରେ...

ବିନା ସର୍ଚ୍ଚ ୱାରେଣ୍ଟରେ ବିଜେଡିର ତାରକା ପ୍ରଚାରକ ପ୍ରୀତି ରଞ୍ଜନ ଘଡାଇଙ୍କ ଘରେ ଚଢାଉ ମାମଲାରେ ଇସିଆଇଙ୍କ ନିକଟରେ ଅଭିଯୋଗ

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନରେ ବିଜେଡିର ତାରକା ପ୍ରଚାରକ ତଥା ପୂର୍ବତନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇଙ୍କ ଘରେ ନିର୍ବାଚନ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ ଓ ପୁଲିସର ବେଆଇନ ଚଢ଼ାଉ ମାମଲା ଏବେ ପହଞ୍ଚିଛି ଦିଲ୍ଲୀରେ । ଶ୍ରୀ ଘଡାଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟରେ ସଂପୃକ୍ତ ଅଧିକାରୀ ଓ ପୋଲିସ ବିରୋଧରେ ସଙ୍ଗୀନ ଅଭିଯୋଗ କରିବା ସହ ପୁରା ଘଟଣାର ନିରପେକ୍ଷ ତଦନ୍ତ କରି ଉଚିତ୍ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି । ଏହା ନୂଆପଡାରେ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ଏକାନ୍ତ ଆବଶ୍ୟକ ବୋଲି ସେ ନିଜ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ।

ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିକଟରେ ଶ୍ରୀ ଘଡାଇ ଅଭିଯୋଗ କରିଛନ୍ତି ଯେ, ଗତ ୩୧ ତାରିଖ ଅପରାହ୍ନ ୧.୨୨ ଟା ସମୟରେ ମୁଁ ନୂଆପଡାରେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବା ସମୟରେ ନିର୍ବାଚନ ଦାୟିତ୍ୱରେ ଥିବା କିଛି ପ୍ରଶାସନିକ ଅଧିକାରୀ ଏବଂ ପୋଲିସ କର୍ମଚାରୀ ମୁଁ ଖରିଆର ରୋଡ୍ରେ ଭଡ଼ାରେ ରହୁଥିବା ଘରେ ବିନା ସର୍ଚ୍ଚ ୱାରେଣ୍ଟରେ ବଳପୂର୍ବକ ଧସେଇ ପଶିଥିଲେ । ସେଠାରେ ଉପସ୍ଥିତ ମୋ ସହାୟକ, ମୁଁ କିଛି ସମୟ ଭିତରେ ପହଞ୍ଚୁଛି ଏବଂ ସେ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ବୋଲି ସେମାନଙ୍କୁ ନିବେଦନ କରିଥିଲେ । ହେଲେ ସେମାନେ ମୋ ସହାୟକଙ୍କୁ ଧକ୍କା ମାରି ଘରେ ପଶି ମୋର ମୂଲ୍ୟବାନ ସାମଗ୍ରୀ ତଥା ନିର୍ବାଚନ ସାମଗ୍ରୀ ନଷ୍ଟ କରିଥିଲେ । ମୋତେ, ମୋ ଦଳ ଏବଂ କର୍ମୀ ମାନଙ୍କୁ ଭୟଭୀତ କରିବା ପାଇଁ ପୋଲିସ୍ ଏପରି କାର୍ଯ୍ୟ କରିଥିଲା । ମନ୍ଦ ଉଦେ୍ଦଶ୍ୟ ରଖି ପୋଲିସ୍ ଏପରି ଅଗଣତାନ୍ତ୍ରିକ, ବର୍ବରୋଚିତ କାର୍ଯ୍ୟ କରୁଛି । ଏହା କେବଳ ମୋତେ ନିର୍ଯାତନା ଦେଇ ନାହିଁ ବରଂ ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ । ଆମ ଦେଶର ସମ୍ୱିଧାନ ଆପଣଙ୍କୁ ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ଦାୟିତ୍ୱ ଦେଇଛନ୍ତି । ତେଣୁ ଆପଣ ଯଥାଶୀଘ୍ର ନୂଆପଡ଼ା ଉପନିର୍ବାଚନ ଦାୟିତ୍ୱ ନିର୍ବାହ କରୁଥିବା ପ୍ରଶାସନିକ ଅଧିକାରୀ ଓ ପୋଲିସ କର୍ମଚାରୀଙ୍କ ଉଦେ୍ଦଶ୍ୟମୂଳକ କାର୍ଯ୍ୟର ତଦନ୍ତ କୌଣସି ନିରପେକ୍ଷ ସଂସ୍ଥା କିମ୍ୱା ନୂଆପଡ଼ା ନିର୍ବାଚନରେ ସଂପୃକ୍ତ ନଥିବା ଅଧିକାରୀଙ୍କ ଦ୍ୱାରା କରାଇବା ପାଇଁ ନିଦେ୍ର୍ଦଶ ଦିଅନ୍ତୁ ବୋଲି ଶ୍ରୀ ଘଡାଇ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking