29.1 C
Bhubaneswar
Thursday, May 21, 2026
Homeଦେଶ ବିଦେଶସେନ୍‌ସେକ୍ସରେ ୯୧୮ ପଏଣ୍ଟ୍‌ ବୃଦ୍ଧି

ସେନ୍‌ସେକ୍ସରେ ୯୧୮ ପଏଣ୍ଟ୍‌ ବୃଦ୍ଧି

ମୁମ୍ବାଇ: ଚଳିତ ସପ୍ତାହର ଶେଷ କାରବାର ଦିନରେ ଆଜି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୯୧୮ ପଏଣ୍ଟ୍‌ ବୃଦ୍ଧି ପାଇ ୭୭,୫୫୦ ପଏଣ୍ଟ୍‌ରେ ବନ୍ଦ ହୋଇଛି। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୨୭୫.୫୦ ପଏଣ୍ଟ୍‌ ବୃଦ୍ଧି ପାଇ ୨୪,୦୫୦ ପଏଣ୍ଟ୍‌ରେ ବନ୍ଦ ହୋଇଛି। ମଧ୍ୟପ୍ରଚ୍ୟ ଯୁଦ୍ଧକୁ ନେଇ ଅନିଶ୍ଚିତତା ଲାଗି ରହିଥିବାରୁ ନିବେଶକମାନେ ସତର୍କ ହୋଇ କାରବାର କରୁଛନ୍ତି।ଯୁଦ୍ଧ ବନ୍ଦ ହେବା ସମ୍ଭାବନା ସୃଷ୍ଟି ହେବା ଓ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଘଟିଥିବାରୁ ନିବେଶକମାନଙ୍କ ମନୋବଳ ବଢ଼ାଇବାରେ ତାହା ସହାୟକ ହୋଇଛି। ଆଜି ଏସିଆନ ପେଣ୍ଟ୍‌ସର ସେୟାର ମୂଲ୍ୟ ୩.୮୪ ପ୍ରତିଶତ, ଆଇସିଆଇସିଆଇ ବ୍ୟାଙ୍କ ଲିମିଟେଡ୍‌ର ୩.୨୨ ପ୍ରତିଶତ, ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରାର ୨.୯୮ ପ୍ରତିଶତ, ଇଣ୍ଡିଗୋର ୨.୭୭ ପ୍ରତିଶତ ଓ ଆକ୍ସିସ୍‌ ବ୍ୟାଙ୍କର ସେୟାର ମୂଲ୍ୟ ୨.୪୯ ପ୍ରତିଶତ ବୃଦ୍ଧି ପାଇଛି। ସେହି ସମୟରେ ସନ୍‌ ଫାର୍ମାସ୍ୟୁଟିକାଲ୍ ଇଣ୍ଡଷ୍ଟ୍ରିଜ୍‌, ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌, ଟେକ୍‌ ମହିନ୍ଦ୍ରା ଓ ଏଚ୍‌ସିଏଲ୍‌ ଟେକ୍ନୋଲୋଜିସ୍‌ର ସେୟାର ମୂଲ୍ୟ ହ୍ରାସ ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking