20.1 C
Bhubaneswar
Thursday, January 9, 2025
Homeଓଡିଶାବିଡିଓଙ୍କୁ ମହଙ୍ଗା ପଡିଲା ହାଇକୋର୍ଟଙ୍କ ରାୟ

ବିଡିଓଙ୍କୁ ମହଙ୍ଗା ପଡିଲା ହାଇକୋର୍ଟଙ୍କ ରାୟ

ଭଦ୍ରକ : ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ଜଣେ ବିଡିଓଙ୍କୁ ମହଙ୍ଗା ପଡ଼ିଛି । ଏହି ଭୁଲର ଦଣ୍ଡ ସ୍ୱରୂପ ତାଙ୍କୁ ବିଡିଓ ଭାବେ ଫିସ କାମ କରିବା ସହ ବଗିଚାର ସୁପରଭାଇଜର କାମ ମଧ୍ୟ କରିବାକୁ ପଡିବ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ହୋଇଛି । ଏବଂ ସେ ଏହା କରିବେ ବୋଲି ସ୍ୱୀକାର ମଧ୍ୟ କରିଛନ୍ତି । ଏହି ଘଟଣାଟି ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳର ବୋଲି ଜଣାପଡିଛି । ତେବେ ଭଦ୍ରକ ଜିଲ୍ଲା ତିହିଡି ବିଡିଓ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓଙ୍କୁ କୋର୍ଟ ଏହି ଦଣ୍ଡ ଦେଇଛନ୍ତି । ନିଜ ପସନ୍ଦ ମୁତାବକ ଜିଲ୍ଲାରେ ସାଧାରଣ ଜନତାଙ୍କ ପାଇଁ ଉଦ୍ଦିଷ୍ଟ ଯେକୌଣସି ବଗିଚାରେ ସେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ସୁପରଭାଇଜର୍ ଭାବେ କାମ କରିବେ ।
ସୂଚନା ଅନୁସାରେ, ଗାଁ ଗାଁକୁ ଆସୁଥିବା ବିଭିନ୍ନ ସରକାରୀ ଯୋଜନାର ଦାୟିତ୍ୱ ସେହି ଗ୍ରାମର ବିଡିଓ ହିଁ ତୁଲାଇଥାଆନ୍ତି । ସେହିଭଳି ତିହିଡି ଅଞ୍ଚଳର ଫତେପୁରକୁ ‘ଆମ ଗାଁ ଆମ ବିକାଶ’ ଯୋଜନା ଆସିଥିଲା । ସେହି ଯୋଜନାର ଦାୟିତ୍ୱ ଶ୍ରୀ ଦେଓଙ୍କୁ ଦିଆଯାଇଥିଲା । ତେବେ ଶ୍ରୀ ଦେଓ ତିହିଡ଼ି ଅଞ୍ଚଳର ଫତେପୁର ଗାଁ ନିମନ୍ତେ ଆସିଥିବା ବିଭିନ୍ନ ପ୍ରକଳ୍ପକୁ ଅନ୍ୟ ଗାଁକୁ ସ୍ଥାନାନ୍ତରଣ ଓ ଗୋଟିଏ ପ୍ରକଳ୍ପର ଅର୍ଥକୁ ଅନ୍ୟ ପ୍ରକଳ୍ପରେ ବିନିଯୋଗ କରିବା ନେଇ ବିଡିଓ ଶ୍ରୀ ଦେଓଙ୍କ ନାଁରେ ଅଭିଯୋଗ ହୋଇଥିଲା । ଏ ନେଇ ଫତେପୁର ଗ୍ରାମବାସୀ ବହୁବାର ବିଭିନ୍ନ ଫୋରମରେ ଅଭିଯୋଗ କରିଆସୁଥିଲେ ସୁଦ୍ଧା ସେମାନଙ୍କୁ କୌଣସି ଫଳ ମିଳୁ ନଥିଲା । ଶେଷରେ ଗ୍ରାମବାସୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟରେ ଗ୍ରାମବାସୀ ମାନେ ଶ୍ରୀ ଦେଓଙ୍କ ନାଁରେ ଅଭିଯୋଗ କରିଥିଲେ । ତେବେ ହାଇକୋର୍ଟ ସେମାନଙ୍କ ଅଭିଯୋଗକୁ ଗ୍ରହଣ କରି ବିଭିନ୍ନ ପ୍ରକଳ୍ପର ବିଲ୍ ବନ୍ଦ କରିବା ସହିତ ବ୍ୟକ୍ତିଗତ ଭାବେ ହାଜର ହୋଇ ଉତ୍ତର ରଖିବା ଲାଗି ଶ୍ରୀ ଦେଓଙ୍କୁ ନୋଟିସ୍ କରିଥିଲେ । ଡିସେମ୍ବର ୨ତାରିଖରେ ହାଇକୋର୍ଟଙ୍କ ପକ୍ଷରୁ ଅଦାଲତ ଅବମାନନା କରାଯାଇଥିବା ନେଇ ବିଡିଓଙ୍କୁ ନୋଟିସ୍ ଜାରି କରାଯାଇଥିଲା । ଏହାପରେ ଡିସେମ୍ବର ୧୦ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ବିଡିଓ ସେଦିନ କୋର୍ଟରେ ହାଜର ନହୋଇ ୧୧ ତାରିଖରେ ସର୍ତ୍ତମୂଳକ କ୍ଷମା ପ୍ରାର୍ଥନା କରିବା ସହିତ ଆଫିଡେଭିଟ୍ ଦାଖଲ କରିଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking