32.8 C
Bhubaneswar
Tuesday, April 16, 2024
Homeଓଡିଶାବରଗଡ଼ ଜିଲ୍ଲାର ୯ ଜଣ ଜିଲ୍ଲା ପରିଷଦ ସଦସ୍ୟଙ୍କ  ସଭ୍ୟ ପଦ ରଦ୍ଦ ପାଇଁ ନିର୍ବାଚନ...

ବରଗଡ଼ ଜିଲ୍ଲାର ୯ ଜଣ ଜିଲ୍ଲା ପରିଷଦ ସଦସ୍ୟଙ୍କ  ସଭ୍ୟ ପଦ ରଦ୍ଦ ପାଇଁ ନିର୍ବାଚନ କମିସନଙ୍କ ହସ୍ତକ୍ଷେପ ଲୋଡିଲା ବିଜେପି

ଭୁବନେଶ୍ୱର : ଶାସକ ବିଜେଡି ଗଣତନ୍ତ୍ରକୁ ହତ୍ୟା କରିଛି । ଯେଉଁ ଦଳ ବଦଳ ଆଇନ ବିଜେଡି ସରକାର ଆଣିଥିଲା ସେହି ଆଇନକୁ ଖୋଦ୍ ଉଲ୍ଲଘଂନ କରିଛି ବିଜେଡି । ବିଜେପିର କିଛି ଜିଲ୍ଲା ପରିଷଦ ସଦସ୍ୟଙ୍କୁ ହୀନ ଚକ୍ରାନ୍ତ କରି ପ୍ରଥମେ ବିଜେଡିରେ ମିଶାଇବା ପରେ ଆଉ କିଛି ସଦସ୍ୟଙ୍କୁ ନେଇ ଗୋଷ୍ଠୀ କରି ନିଜେ ତିଆରି କରିଥିବା ଆଇନକୁ ଖୁଲମଖୁଲା ଚ୍ୟାଲେଂଜ କରାଯାଇଛି । ଏହା ବିରୁଦ୍ଧରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ରାଜ୍ୟ ନିର୍ବାଚନ କମିସନଙ୍କୁ ଭେଟି ଦଳ ବିରୋଧୀ ଆଇନ ଅନୁଯାୟୀ ସମସ୍ତ ୯ ଜଣ ଜିଲ୍ଲା ପରିଷଦ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ କରିବା ପାଇଁ ଦାବି କରାଯାଇଛି ।
ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ଯେ, ୯ ଜଣ ବିଜେପି ଜିଲ୍ଲା ପରିଷଦ ସଦସ୍ୟ ବିଜେପି ଦଳୀୟ ଚିହ୍ନରେ ଭୋଟ ପାଇ ନିର୍ବାଚନ ଜିତିଥିଲେ । ଦଳ ବଦଳ ଆଇନ ଅନୁଯାୟୀ ୯ ଜଣ ଜିଲ୍ଲା ପରିଷଦ ସଦସ୍ୟ ବେଆଇନ ଭାବେ ଅଗଣତାନ୍ତ୍ରିକ ଉପାୟରେ ଦଳ ଛାଡିଛନ୍ତି । ଏମାନଙ୍କ ଉପରେ ଦଳବଦଳ ଆଇନ ଲାଗୁ କରାଯିବା ଦରକାର ।
ଶାସକ ବିଜେଡି ଭୟୀଭତ କରାଇ ଜମମତକୁ ପ୍ରଭାବିତ କରିବା ସହ ଜନପ୍ରତିନିଧୀଙ୍କୁ ନିଜ ଦଳରେ ସାମିଲ କରାଇବା ପାଇଁ ଧମକ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଶାସକ ଦଳ ସରକାରୀ କଳ ଲଗାଇ ଜନ ପ୍ରତିନିଧୀମାନଙ୍କ ଉପରେ ଚାପପକାଇ ବରଗଡବାସୀଙ୍କୁ ଧୋକ୍କା ଦେଇଛନ୍ତି । ଏହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଏହି ପ୍ରତିନିଧୀ ଦଳରେ ରାଜ୍ୟ ଉପସଭାପତି ଅଶ୍ୱିନୀ ଷଡଙ୍ଗୀ, ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ, ଜିଲ୍ଲା ସଭାପତି ଅରୂପାନନ୍ଦ ସାହୁ, ଇରାସିସ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking