30.1 C
Bhubaneswar
Wednesday, April 24, 2024
Homeଓଡିଶାନିଆଁରେ ପୋଡି ହୋଇ ନବବଧୂ ଗୁରୁତର

ନିଆଁରେ ପୋଡି ହୋଇ ନବବଧୂ ଗୁରୁତର

ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନ ଜଳଦା ପଂଚାୟତ ସାଦିକପୁର ଗ୍ରାମରେ ଏକ ଦୁଖଃଦ ଘଟଣା ଘଟିଯାଇଛି । ଗ୍ରାମର ଗୌରାଙ୍ଗ ପରିଡାଙ୍କ ସ୍ତ୍ରୀ ଅନିତା ପରିଡା (୧୮) ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରୁଥିବାବେଳେ ଗ୍ରାମବାସୀ ଉଦ୍ଧାର କରି ତାଙ୍କୁ ସୋର ମେଡିକାଲକୁ ନେଇଯାଇଥିଲେ । ସେଠାରେ ତାଙ୍କର ଅବସ୍ଥା ଅଧିକ ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି । ଶଶୁର ଘର ପରିବାର ଲୋକ ଝିଅକୁ ଯୌତୁକ ଦାବି କରି ପୋଡି ମାରିଦେଇଥିବା ନେଇ ଖଇରା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ବାପଘର ଲୋକେ ।
ସୂଚନା ଅନୁଯାୟୀ, ଛଅ ମାସ ପୂର୍ବରୁ ଔପଦା ଥାନା ଅଧିନ କଳାଝାଟିଆ ଗ୍ରାମର ଜଗବନ୍ଧୁ ପରିଡାଙ୍କ ଝିଅ ଅନିତା ପରିଡା (୧୮) ସହିତ ସାଦିକପୁର ଗ୍ରାମର ଭିମା ପରିଡାଙ୍କ ପୁଅ ଗୌରାଙ୍ଗ ପରିଡା ସହିତ ବିବାହ ହୋଇଥିଲା । ହେଲେ ବିଭାଘରର କିଛିଦିନି ପରେ ସ୍ୱାମୀ ଗୌରାଙ୍ଗ ଓ ତାଙ୍କ ପରିବାର ଅଧିକ ଏକଲକ୍ଷ ଟଙ୍କା ଯୌତୁକ ଦାବି କରି ସବୁବେଳେ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇଆସୁଥିଲେ ବୋଲି ପୂର୍ବରୁ ଅନିତା ତାଙ୍କର ମା ତୁଳସୀକୁ ଫୋନ ଯୋଗେ କହିଥିଲେ । ଆଜି ପୁଣି ଶଶୁର ଘରଲୋକେ ଅନିତାକୁ ଯୌତୁକ ଟଙ୍କା ମାଗିବାରୁ ଅନିତା ମନା କରିଦେଇଥିଲା । ଫଳରେ ଶଶୁର ଘର ମୋ ଝିଅ ଉପରେ କିରୋସିନ ଢାଳି ପୋଡି ମାରିଦେବାକୁ ଚେଷ୍ଟା କରିଥିଲେ ବୋଲି ମା ତୁଳସୀ ପରିଡା ଖଇରା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking