29.1 C
Bhubaneswar
Thursday, May 7, 2026
Homeଓଡିଶାଗୃହମନ୍ତ୍ରୀଙ୍କ 'ଉଲଟା ଲଟକା କେ ମାରେଙ୍ଗ' କଥନର ପ୍ରତିଫଳନ ସୌମ୍ୟ ରଞ୍ଜନ ହତ୍ୟା

ଗୃହମନ୍ତ୍ରୀଙ୍କ ‘ଉଲଟା ଲଟକା କେ ମାରେଙ୍ଗ’ କଥନର ପ୍ରତିଫଳନ ସୌମ୍ୟ ରଞ୍ଜନ ହତ୍ୟା

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାରେ ଜଣେ ଯୁବକକୁ ଅତ୍ୟନ୍ତ ଅମାନୁଷିକ ଭାବରେ ପୁଲିସ ଉପସ୍ଥିତିରେ ଭିଡ଼ ମାଡ ମାରି ହତ୍ୟା କରିବା ଘଟଣାକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି,ପିସିସିର ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ, ମୁଖପାତ୍ର ରଜନୀ ମହାନ୍ତି ଓ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକ ଯୋଗ ଦେଇଥିଲେ l ଶ୍ରୀ ସାଲୁଜା ସରକାରଙ୍କ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ବିଷୋଦ୍ଗାର କରି କହିଥିଲେ ଯେ, ବାଲିଅନ୍ତା ଘଟଣାକୁ ନିନ୍ଦା କରିବା ପାଇଁ ଆମ ପାଖରେ ଭାଷା ନାହିଁ l ଯେଉଁ ପୋଲିସ ସୁରକ୍ଷା ଦେବା କଥା ସେ ଛିଡା ହୋଇ ତାମସା ଦେଖୁଛି, ଏହା ଠାରୁ ବଳି ଲଜ୍ୟାଜନକ ଘଟଣା କଣ ଅଛି l ବିଜେପି ସରକାର ଚଳାଇବାକୁ ଅଯୋଗ୍ୟ ବର୍ତମାନ ସାରା ରାଜ୍ୟବାସୀ ଜାଣି ସାରିଲେଣି l ବରିଷ୍ଠ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି କହିଲେ ପୋଲିସ ଚାହିଁଥିଲେ 10 ମିନିଟରେ ବାଲିଅନ୍ତା ପୁଲିସ ଫୋର୍ସ ଆସି ଭିଡକୁ ନିୟନ୍ତ୍ରଣ କରି ପାରିଥାନ୍ତେ କିନ୍ତୁ ପୋଲିସ କଲାନାହିଁ କାହିଁକି? ଡିଜି ମହାଶୟଙ୍କୁ ଏହାର ଉତ୍ତର ନିଶ୍ଚୟ ଦେବାକୁ ପଡ଼ିବ l ମୃତ ସୌମ୍ୟ ରଞ୍ଜନଙ୍କୁ ଭିଡ଼ ମାଡମାରି ପଶୁଙ୍କ ଭଳିଆ ହାତ ଗୋଡ଼ ଠେଙ୍ଗାରେ ବାନ୍ଧି ଝୁଲାଇ ଦେଇଥିଲେ l ସ୍କୁଟି ଯୋଗେ ଯାଉଥିବା ଭିଙ୍ଗାରପୁର ଦୁଇଜଣ ଯୁବତୀଙ୍କ ସାଥିରେ କଟକ ଓଲଟପୁର ଅଞ୍ଚଳର ସୌମ୍ୟ ରଞ୍ଜନଙ୍କ ଗାଡି ଧକ୍କା ହୋଇଥିଲା ଏବଂ ଏହି ସାମାନ୍ୟ ଘଟଣାରୁ ବଚସା ହୋଇ ନିର୍ଧୁମ ମାଡ଼ ମାରି ହତ୍ୟା ପର୍ଯ୍ୟନ୍ତ କଥା ଗଲା l ଆଇନ ଶୃଙ୍ଖଳାକୁ କାହାରି ଖାତିର ନାହିଁ l ଗୃହମନ୍ତ୍ରୀ “ଉଲଟା ଲଟକା କେ ମାରେଙ୍ଗେ” ବୋଲି ଭାଷଣ ଦେଉଛନ୍ତି ଏବଂ ଲୋକେ ତାହାର ଅନୁସରଣ କରୁଛନ୍ତି l ଏହା ତାହାର ଜ୍ୱଳନ୍ତ ଉଦାହରଣ l

ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି କିନ୍ତୁ ଓଡିଶା ଆଜି ସମ୍ପୂର୍ଣ ଅଶାନ୍ତ l ସାରା ରାଜ୍ୟରେ ସାମଗ୍ରିକ ବିକାଶ ପରିବର୍ତ୍ତେ ଏକ ଭୟର ଏବଂ ଗୁଣ୍ଡାରାଜର ବିକାଶ ହେଇଛି l ଏହା ହେଉଛି ବିଜେପି ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ବୋଧହୁଏ l କଣାସରେ ଘଟିଥିବା ମର୍ମନ୍ତୁଦ ହତ୍ୟା ଘଟଣାକୁ 5 ଦିନ ନପୂରୁଣୁ ଓ ରାଜ୍ୟବାସୀଙ୍କ ମନରୁ ନ ଲିଭୁଣୁ ପୁଣି ଏଭଳି ଏକ ଦାରୁଣ ଘଟଣା ପୋଲିସର ଦକ୍ଷତା ଉପରେ ଗଭୀର ଅବିଶ୍ୱାସ ସୃଷ୍ଟି କରିଛି l ବାଲିଅନ୍ତା କମିଶନରେଟ ପୋଲିସ ସୀମାର ଅନ୍ତର୍ଗତ ଏବଂ ଘଟଣା ଘଟିବା ସ୍ଥାନ ରାଜଧାନୀରୁ ମାତ୍ର 5/6 କିମି ଦୂର ହେବ l ପୋଲିସ ଉପସ୍ଥିତ ଥାଇ କାହିଁକି ଘଟଣା ଘଟିଲା ? ପର୍ଯ୍ୟାପ୍ତ ପୋଲିସ ଫୋର୍ସ ଡକାଯାଇ କାହିଁକି ଭିଡ଼ ନିୟନ୍ତ୍ରଣ କରାଗଲା ନାହିଁ ? କାହିଁକି ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ ଏସବୁର ଉତ୍ତର ପୋଲିସକୁ ଦେବାକୁ ପଡ଼ିବ ବୋଲି ଶ୍ରୀ ମହାନ୍ତି ଦାବୀ କରିଥିଲେ l ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ କହିଲେ ଯେ, ବାରମ୍ବାର ଏଭଳି ନିଷ୍ଠୁର ଅମାନବୀୟ ଘଟଣା ଘଟୁଥିଲେ ସୁଦ୍ଧା ପୋଲିସ କାହିଁକି ସକ୍ରିୟ ହେଉନାହିଁ ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଯେଉଁ ଶାସକ ଦଳର ମନ୍ତ୍ରୀ ବିଧାୟକ ଠେଙ୍ଗାର ଶାସନ ହେବ ବୋଲି ଖୋଲାଖୋଲି କହୁଛନ୍ତି ସେମାନଙ୍କଠାରୁ ଶାନ୍ତି ଆଶା କରିବା ବୃଥା l ମୁଖ୍ୟମନ୍ତ୍ରୀ ରେଡ କାର୍ପେଟ ସ୍ୱାଗତ ଇଟିଙ୍ଗ ସିଟିଙ୍ଗ ମିଟିଙ୍ଗ ଛାଡି ତୁରନ୍ତ ଆଇନ ଶୃଙ୍ଖଳା ସଜଡ଼ାନ୍ତୁ ନଚେତ କଂଗ୍ରେସ ଆନ୍ଦୋଳନାତ୍ମକ ପଦକ୍ଷେପ ନେବ ବୋଲି ଚେତାବନୀ ଦେଇଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking