30.1 C
Bhubaneswar
Wednesday, June 26, 2024
Homeଅପରାଧଗଣଦୁଷ୍କର୍ମ ମାମଲାରେ ସାମନାକୁ ଆସିଲା ଲଜ୍ୟାଜନକ କଥା

ଗଣଦୁଷ୍କର୍ମ ମାମଲାରେ ସାମନାକୁ ଆସିଲା ଲଜ୍ୟାଜନକ କଥା

ନୂଆଦିଲ୍ଲୀ: ଦିଲ୍ଲୀରେ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଜୋତା ମାଳା ପିନ୍ଧାଇ ବୁଲାଇବା ମାମଲାରେ ୭ ଜଣ ମହିଳାଙ୍କ ସହ ୯ ଅଭିଯୁକ୍ତ ଗିରଫ। ଶହାଦରା ପୋଲିସ ମହିଳାଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗରେ ୯ ଜଣଙ୍କୁ ଗିରଫ କରିଥିବା ବେଳେ ତାଙ୍କ ଭିତରେ ୨ ଜଣ ନାବାଳକ ରହିଛନ୍ତି। ଏହାଛଡା ସିସିଟିଭି ଫୁଟେଜ ଆଧାରରେ ୧୫ ଜଣଙ୍କୁ ଚିହ୍ନଟ ହୋଇଛି । ପୋଲିସର କହିବା ଅନୁସାରେ, ୫ଟି ଟିମ୍ ଲଗାତାର ଚଢାଉ କରିଥିଲେ, ଯାହାଫଳରେ ଯେପରି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିହେବ।

ଦିଲ୍ଲୀ ମହିଳା କମିଶନ୍ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ କହିଛନ୍ତି, ପୀଡିତାଙ୍କୁ ତାଙ୍କ ଘରୁ ଅପହରଣ କରାଯାଇଥିଲା। ଏହାପରେ ନିଶା ଦ୍ରବ୍ୟ ଦିଆଯାଇ ଗଣଦୁଷ୍କର୍ମ କରାଯାଇଥିଲା। ପୀଡିତାଙ୍କ ଅଭିଯୋଗ ଅନୁସାରେ, ଯେତେବେଳେ ତାଙ୍କର ଯୌନ ଶୋଷଣ କରାଯାଉଥିଲା ସେତେବେଳେ କିଛି ମହିଳା ସେଠାରେ ଉପସ୍ଥିତ ଥାଇ ପୁରୁଷଙ୍କୁ ଅଧିକ ଉତ୍ସାହିତ କରୁଥିଲେ। ଉଲ୍ଲେଖନୀୟ ଯେ, ପୂର୍ବ ଦିଲ୍ଲୀର କସ୍ତୁରବା ନଗରରେ ଜଣେ ମହିଳାଙ୍କୁ ଅପହରଣ ଓ ପରେ ଦୁଷ୍କର୍ମ କରାଯାଇଥିଲା। ଏତିକିରେ ଅଭିଯୁକ୍ତଙ୍କର ମନ ବୁଝିନଥିଲା ସେମାନେ ମହିଳାଙ୍କ ମୁହଁରେ କଳା ବୋଳି ତାଙ୍କୁ ଜୋତା ମାଳ ପିନ୍ଧାଇଥିଲେ।
ଦିଲ୍ଲୀ ପୋଲିସର କହିବା ଅନୁସାରେ, ୨୦ ବର୍ଷୀୟ ପୀଡିତାଙ୍କ କାଉନସେଲିଂ କରାଯାଉଛି। ସେ ଆନନ୍ଦ ବିହାରରେ ନିଜ ସ୍ବାମୀଙ୍କ ସହ ରହୁଥିଲେ। କସ୍ତୁରବା ନଗରରେ ତାଙ୍କ ମା’ଙ୍କ ଘର ପାଖରେ ରହୁଥିବା ଜଣେ ଅଭିଯୁକ୍ତ ପ୍ରଥମେ ତାଙ୍କୁ ଅପହରଣ କରିଥିଲା। ପ୍ରାଥମିକ ତଦନ୍ତ ପରେ ଜଣାପଡିଛି ଯେ, ଅଭିଯୁକ୍ତ ପରିବାର ​‌ଜଣେ ଯୁବକ ସହ ପୀଡିତାଙ୍କର ବନ୍ଧୁତ୍ବ ଥିଲା।

ଦିଲ୍ଳୀ ପୋଲିସର କହିବା ଅନୁସାରେ, ଅଭିଯୁକ୍ତ ପରିବାରର ଯୁବକ ଜଣକ ଗତ ବର୍ଷ ନଭେମ୍ବରରେ ଆତ୍ମହତ୍ୟା କରିଥିଲା। ଏହି ଘଟଣା ପରେ ଅଭିଯୁକ୍ତମାନେ ପୀଡିତାଙ୍କୁ ଦୋଷୀ ବୋଲି କହୁଥିଲେ। ମହିଳାଙ୍କଠାରୁ ପ୍ରତିଶୋଧ ନେବାକୁ ପ୍ରଥମେ ଅପହରଣ କରିଥିଲେ ଓ ତା’ ପରେ କରିଥିଲେ ଗଣଦୁଷ୍କର୍ମ।’ ଅଧିକାରୀଙ୍କ କହିବା ଅନୁସାରେ, ପୋଲିସ କଷ୍ଟଡିରେ ଅଭିଯୁକ୍ତକୁ ପଚରାଉଚା ବେଳେ ସେ କହିଥିଲା ପୀଡିତା ତାଙ୍କୁ ବଦନାମ କରି ପ୍ରତିଶୋଧ ନେବାକୁ ଚାହୁଁଥିଲେ। ପୋଲିସ କହିଛି, ଆଇପିସି(ଇଣ୍ଡିଆନ୍‌ ପେନାଲ କୋଡ୍) ଅପହରଣ ଓ ଗଣଦୁଷ୍କର୍ମ ଧାରା ଅନୁସାରେ ମାମଲା ରୁଜୁ କରାଯାଇଛି। ପୋଲିସ ପୀଡିତାଙ୍କ ପରିବାରକୁ ସୁରକ୍ଷା ପ୍ରଦାନ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking