27.2 C
Bhubaneswar
Thursday, June 25, 2026
Homeଓଡିଶାମହୁମାଛି ଆକ୍ରମଣ: ଜଣେ ମୃତ

ମହୁମାଛି ଆକ୍ରମଣ: ଜଣେ ମୃତ

ଭୁବନେଶ୍ୱର : ବାଂଶପାଳ ବ୍ଲକ ଅନ୍ତର୍ଗତ ତଳ ବୈତରଣୀ ଗ୍ରାମରେ ମହୁମାଛି ଆକ୍ରମଣରେ ଜଣେ ଭୂୟାଁ ଆଦିବାସୀ ସମ୍ପ୍ରଦାୟ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ହିରୋ ସାଆନ୍ତ । ସେ ପଦ୍ମଶ୍ରୀ ଦୈତାରି ନାୟକଙ୍କ ବଡ ଜ୍ବାଇଁ ବୋଲି ଜଣାପଡିଛି। ସେ ତଳ ବୈତରଣୀ ଗ୍ରାମରେ ରହି ଗାଈ ଗୋରୁ ଚରାଇ ପରିବାର ଚଳାଉଥିଲେ। ଗତ କାଲି ସେ ଅନ୍ୟମାନଙ୍କ ସହିତ ଉକ୍ତ ସାହିରେ ମହୁ ସଂଗ୍ରହ କରିବାକୁ ଯାଇଥିଲେ। ହଠାତ୍‌ ମହୁ ମାଛି ତାଙ୍କୁ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗୋନାଶିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆ ଯାଇଥିଲା। ସେଠାରେ ଆଜି ସକାଳେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେମାନେ ଗରିବ ପରିବାରର ହୋଇଥିବାରୁ ଏହି ଗ୍ରାମକୁ ଆସି ଲୋକଙ୍କ ଗାଈ ଗୋରୁ ଚରାଇ ଘର ପରିବାର ଚଳାଉଥିଲେ। ଏଣୁ ତାଙ୍କୁ ଆର୍ଥିକ ସହାୟତା ଦେବାକୁ ସ୍ଥାନୀୟ ସମାଜସେବୀ ଶ୍ରୀକାନ୍ତ ଜୁଆଙ୍ଗ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking