26.1 C
Bhubaneswar
Sunday, September 25, 2022
Homeଦେଶ ବିଦେଶବାଦଲଫଟା ବର୍ଷାରେ ମାଆ-ଝିଅ ମୃତ

ବାଦଲଫଟା ବର୍ଷାରେ ମାଆ-ଝିଅ ମୃତ

ଶିମଲା: ହିମାଚଳ ପ୍ରଦେଶ କୁଲ୍ଲୁ ଜିଲ୍ଲାରେ କରାଳ ରୂପ ଦେଖାଇଛି ପ୍ରକୃତି । ଗୁରୁବାର ବାଦଲଫଟା ବର୍ଷା ଯୋଗୁଁ କୁଲ୍ଲୁର ଶିଲ୍ଲି ଅଞ୍ଚଳରେ ଘର ଭୁଶୁଡି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଜଣେ ମହିଳା ଓ ତାଙ୍କର ଛୋଟ ଝିଅ ହୋଇଥିବା ଜଣାପଡିଛି । ପ୍ରବଳ ବର୍ଷା ସ୍ଥାନୀୟ ଅଞ୍ଚଳରେ କୋଟି କୋଟି ଟଙ୍କାର କ୍ଷୟକ୍ଷତି ଘଟାଇଛି । ବର୍ଷାରେ ୫ଟି ଚାରି ଚକିଆ ଗାଡି ଓ ଦୁଇଟି ମୋଟର ସାଇକେଲ ସହ କିଛି ଦୋକାନ ଭାସିଯାଇଥିବାର ଦେଖିବାକୁ ମିଳିଛି । କୁଲ୍ଲୁରେ ସପ୍ତାହେ ହେଲା ପ୍ରବଳ ବର୍ଷା ଲାଗି ରହିଛି । ବିଭିନ୍ନ ସ୍ଥାନରେ ଭୂସ୍ଖଖଳନ ଏବଂ ବାଦଲଫଟା ବର୍ଷା ହେଉଛି । ଏଠାରେ ଥିବା ବ୍ୟାସ ନଦୀର ଜଳସ୍ତର ମଧ୍ୟ ଦିନକୁ ବୃଦ୍ଧି ପାଉଛି । ତେଣୁ ନଦୀକୂଳିଆ ଅଞ୍ଚଳବାସୀଙ୍କୁ ସତର୍କ ରହି ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି । ସେହିପରି ମୌସୁମୀ ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ କୁଲ୍ଲୁରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ଅଗଷ୍ଟ ୧୩ ତାରିଖ ଯାଏଁ ପ୍ରବଳ ବର୍ଷା ନେଇ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking