27.8 C
Bhubaneswar
Thursday, April 18, 2024
Homeଦେଶ ବିଦେଶଆତଙ୍କୀଙ୍କ ଗୁଳିମାଡରେ ପ୍ରବାସୀ ଶ୍ରମିକ ମୃତ

ଆତଙ୍କୀଙ୍କ ଗୁଳିମାଡରେ ପ୍ରବାସୀ ଶ୍ରମିକ ମୃତ

ଶ୍ରୀନଗର: ସ୍ବାଧୀନତା ଦିବସ ପର୍ବରୁ ସୀମାରେ ଆତଙ୍କୀଙ୍କ ଉତ୍ପାତ । ରକ୍ତର ହୋଲି ଖେଳୁଛନ୍ତି ଆତଙ୍କବାଦୀ । ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଇ ଚାଲିଛନ୍ତି ଆତଙ୍କୀ । ଜମ୍ମୁ କଶ୍ମୀର ବାନ୍ଦୀପୋରା ସଦୁନାରା ସୋନାୱାରିରେ ଆତଙ୍କୀଙ୍କ ଗୁଳିରେ ଜଣେ ପ୍ରବାସୀ ଶ୍ରମିକଙ୍କର ଜୀବନ ଯାଇଛି । ଶ୍ରମିକ ଜଣକ ବିହାରର ମହମ୍ମଦ ଅମରେଜ ହୋଇଥିବା ଜଣାପଡିଛି । ଆତଙ୍କୀଙ୍କ ଗୁଳିମାଡରେ ମହମ୍ମଦ ଅମରେଜକୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଗତକାଲି ସର୍ଚ୍ଚ ଅପରେସନ ଚାଲିଥିବା ସମୟରେ ଆତଙ୍କୀ ପ୍ରବାସୀ ଶ୍ରମିକ ମହମ୍ମଦ ଅମରେଜ ଉପରକୁ ଗୁଳି ଚଳାଇଥିଲେ ।

ଡାକ୍ତରଖାନାରେ ଚିକିତ୍ସୀଧୀନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଟ୍ବିଟ କରି କହିଛି କଶ୍ମୀର ଜୋନ ପୋଲିସ । ରଜୌରୀ ଦାରହାଲ ଅଞ୍ଚଳର ସେନା ଶିବିରରୁ ଆତଙ୍କୀଙ୍କ ଆତ୍ମଘାତୀ ଆକ୍ରମଣକୁ ମାତ୍ର କିଛି ଘଣ୍ଟା ନ ପୁରୁଣ ଏକାଣ୍ଡ ଭିଆଇଛନ୍ତି ଆତଙ୍କୀ । ପ୍ରକାଶ ଥାଉ କି, ଗତକାଲି ରଜୌରୀ ଜିଲ୍ଲାର ୨୫ କିମି ଦୂର ଦରହାଲରେ ଉରି ଆକ୍ରମଣ ଭଳି ଏକ ବଡ ଆତ୍ମଘାତୀ ଆକ୍ରମଣ କରିବାକୁ ଯୋଜନା କରିଥିଲା । ଅଘଟଣକୁ ପଣ୍ଡ କରିଥିଲା ସୁରକ୍ଷାକର୍ମୀ । ଏହି ଅପରେସନରେ ୪ ଜଣ ଯବାନ ଶହୀଦ ହୋଇଥିଲେ । ଅନ୍ୟ ୪ ଜଣ ଯବାନ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ୨ ଆତଙ୍କୀଙ୍କୁ ନିପାତ କରିବାର ସଫଳ ହୋଇଥିଲା ସୁରକ୍ଷାବାହିନୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking