28.1 C
Bhubaneswar
Saturday, July 27, 2024
Homeଓଡିଶାନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ

ଭବାନୀପାଟଣା :- କୋକସରା ବ୍ଲକ ସ୍ଥିତ କଲ୍ୟାଣ ମଣ୍ଡପଠାରେ ଏକ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମାନ୍ୟବର ବିଧାୟକ ଧର୍ମଗଡ ଶ୍ରୀଯୁକ୍ତ ମୌଷଧି ବାଗ ମୁଖ୍ୟ ଅତିଥି ରୂପେ ଯୋଗଦେଇ ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରିଥିଲେ । ଅନ୍ୟତମ ଅତିଥି ରୂପେ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ରାଜିବ ଅଗ୍ରୱାଲ , କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଉତ୍ତମ ବାଗ , ଜିଲ୍ଲାଶ୍ରମ ଅଧିକାରୀ ସୁବାସ ଚନ୍ଦ୍ର ମଣ୍ଡଲ , ଅନ୍ୟ କର୍ମଚାରୀ ବୃନ୍ଦ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ମୌଷଧି ବାଗ ନିଜ ବକ୍ତବ୍ୟରେ ଓଡିଶା ସରକାରଙ୍କ ନିର୍ମାଣ ଶ୍ରମିକମାନଙ୍କ ପାଇଁ ବିଭିନ୍ନ ସହାୟତା ଯୋଜନା ଓ ପଞ୍ଜୀକରଣ ପାଇଁ ନିଜକୁ କିଭଳି ପଞ୍ଜୀକୃତ କରାଇ ନିଜ ନିଜର ସୁବିଧା ଓ ଅଧିକାରକୁ ଉପଲବ୍ଧି କରିପାରିବେ ତାହା ଶ୍ରମିକ ଭାଇ ଭଉଣୀମାନଙ୍କୁ ଆହ୍ଵାନ ଦେଇଥିଲେ । ଜିଲ୍ଲାଶ୍ରମ ଅଧିକାରୀ ଶ୍ରୀ ମଣ୍ଡଳ ନିର୍ମାଣ ନିର୍ମାଣ ପଞ୍ଜୀକରଣ ପାଇଁ ଓ ବିଭିନ୍ନ କଲ୍ୟାଣ ମୂଳକ ଯୋଜନା କିଭଳି ପାଇପାରିବେ ତାହା ବିଶେଷରୂପେ ବୁଝାଇ ଶ୍ରମିକମାନଙ୍କୁ ବାର୍ତ୍ତା ଦେଲେ ।
ଆଜି ଶିବିରରେ 59 ଜଣଙ୍କୁ ଶିକ୍ଷା ସହାୟତା ରୂପେ 2,29,800/- ଟଙ୍କା , ବିବାହ ସହାୟତା ରୂପେ 30 ଜଣଙ୍କୁ 11,50,000/- ଟଙ୍କା , ଅନ୍ତେଷ୍ଟିକ୍ରିୟା ସହାୟତା ରୂପେ 9 ଜଣଙ୍କୁ 45,000/- , ମୃତ୍ୟୁକାଳୀନ ସହାୟତା ରୂପେ 12 ଜଣଙ୍କୁ 22,00,000/- ଟଙ୍କା ; ଏଭଳି ମୋଟ 110 ଜଣଙ୍କୁ 36,24,700/- ଟଙ୍କା ସହାୟତା ରାଶି ଡି.ବି.ଡି ମାଧ୍ୟମରେ ହିତାଧିକାରୀଙ୍କ ଜମାଖାତାକୁ ପ୍ରେରଣା କରାଗଲା ।
ଶିବିରରେ ସାଧାରଣ ଜନତା,ଟ୍ରେଡ ୟୁନିୟନ ସଭ୍ୟଙ୍କ ସହ ପ୍ରାୟ 300 ଜଣ ଶ୍ରମିକ ଭାଇ ଭଉଣୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking