35.1 C
Bhubaneswar
Tuesday, April 23, 2024
Homeଅପରାଧଘରେ ପଶି ୧୮ ବର୍ଷୀୟ ଯୁବତୀଙ୍କୁ ଅପହରଣ ଓ ତାପରେ ଗଣଦୁଷ୍କର୍ମ

ଘରେ ପଶି ୧୮ ବର୍ଷୀୟ ଯୁବତୀଙ୍କୁ ଅପହରଣ ଓ ତାପରେ ଗଣଦୁଷ୍କର୍ମ

ବାରାଂ: ରାଜସ୍ଥାନର ଗହଲୋତ ସରକାରଙ୍କ  ଶାସନରେ ମହିଳା ସୁରକ୍ଷିତ ନାହାନ୍ତି। ରାଜ୍ୟରେ ଜଣକ ପରେ ଜଣେ ମହିଳାଙ୍କ ବିରୋଧରେ ହିଂସା ହେଉଛି। ଦିବ୍ୟାଙ୍ଗ କିଶୋରୀଙ୍କୁ ଅଲୱରରେ ଦୁଷ୍କର୍ମ ହୋଇଥିବା ଘଟଣାକୁ ଲୋକେ ଭୁଲି ନାହାନ୍ତି। ବାରାଂରେ ଜଣେ ୧୮ ବର୍ଷୀୟ ଯୁବତୀଙ୍କୁ ତାନ୍ତ୍ରିକ ଓ ତାର ସହଯୋଗୀ ଦ୍ବାରା ଅପହରଣ କରାଯାଇଛି। ଘର ଠାରୁ ୨ କିମି ଦୂରରେ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣା ଏକ ସପ୍ତାହ ପୂର୍ବରୁ ଘଟିଥିଲେ ବି ପୋଲିସ ସୋମବାର ମାମଲା ରୁଜୁ କରିଛି।

ପୋଲିସ କହିଛି ଯେ, ୧୮ ବର୍ଷୀୟ ଦୁଷ୍କର୍ମ ପୀଡିତା ଯେତ‌େ‌ବେଳେ ନିଜର କାହାଣୀ କହିଛନ୍ତି, ଆଖିରୁ ଲୁହ ବାହାରି ପଡ଼ିଛି। ସଦର ଥାନା ସିଆଇ ରମେଶ ମୀନାଙ୍କ କହିବା ଅନୁସାରେ ଏକ ସପ୍ତାହ ପୂର୍ବରୁ ପୀଡିତାଙ୍କ ମା’ ଓ ବାପା ବାହାରକୁ ଯାଇଥିଲେ। ଘଟଣା ଦିନ ସେମାନେ ଆଉ ଘରକୁ ଫେରି ନଥିଲେ। ତେଣୁ ରାତିରେ ପୀଡିତା ଓ ତାଙ୍କର ଭଉଣୀ ଖାଇାସାରି ଶୋଇଥିଲେ। ମଧ୍ୟରାତ୍ରିରେ ଆମାପୁରୀ ନିବାସୀ ବଳରାମ ସହରିୟା ଓ ଯୋଗେଶ ରାତିରେ ଆସିଥିଲେ। ଘରେ ଶୋଇଥିବା ଅବସ୍ଥାରେ ତାଙ୍କୁ ଅପହରଣ କଲେ। ଅଭିଯୁକ୍ତମାନେ ସେମାନଙ୍କୁ ବାଇକ୍‌ରେ ନେଇ ୨କିମି ଦୂରରେ ଦୁଷ୍କର୍ମ କରିଥିଲେ। ବଳରାମ ଦୁଷ୍କର୍ମ କରିଥିବା ବେଳେ ଯୋଗେଶ ସହଯୋଗ କରିଥିଲେ। ଏଏସ୍‌ପି ଜିତେନ୍ଦ୍ର ଜୈନ କହିଛନ୍ତି ଯେ, ପୀଡିତାଙ୍କ ମେଡିକାଲ ପରୀକ୍ଷା କରାଯାଇଛି। ଅଭିଯୋଗ ଅନୁସାରେ ଗଣଦୁଷ୍କର୍ମ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking