31.1 C
Bhubaneswar
Friday, March 29, 2024
Homeଅପରାଧଚକ୍‌ଲେଟ୍ ଦେଇ ୭ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ

ଚକ୍‌ଲେଟ୍ ଦେଇ ୭ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ

ରେଢାଖୋଲ: ସମ୍ବଲପୁରରେ ପୁଣି ଲଜ୍ଜ୍ୟା । ଅମାନବୀୟ କାଣ୍ଡ ତାହା ପୁଣି ୭ ବର୍ଷର ଶିଶୁ କନ୍ୟା ସହିତ । ଏଭଳି ଏକ ଲଜ୍ଜ୍ୟାକର ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳରେ ।

ଚକ୍‌ଲେଟ୍ ଦେଇ ୭ ବର୍ଷର ଶିଶୁକୁ ବାରମ୍ବାର ଦୁଷ୍କର୍ମ ଅଭିଯୋଗ । ବାରମାଳ ଅଞ୍ଚଳରେ ପୀଡିତା ଶିଶୁକନ୍ୟାର ପଡୋଶୀ ଘରେ ରହୁଥିବା ଜଣେ ଯୁବକ ଘରେ କେହି ନଥିବା ବେଳେ ସୁଯୋଗ ନେଇ ଶିଶୁ କନ୍ୟାକୁ ଚକ୍‌ଲେଟ୍ ଲୋଭ ଦେଖାଇ ବାରମ୍ବାର ଦୁଷ୍କର୍ମ କରିଆସୁଥିଲା । ଶିଶୁକନ୍ୟାର ପରିବାର ଲୋକ ଏ ବାବଦରେ ଜାଣିବା ପରେ ସଙ୍ଗେ ସଙ୍ଗେ ବାରମାଳ ଥାନାରେ ଅଭିଯୋଗ କରିଛନ୍ତି ଏହାପରେ ସମ୍ପୃକ୍ତ ଯୁବକ ଜଣଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଥିବା ସୂଚନା ମିଳିଛି ।

କେବଳ ସମ୍ବଲପୁରରେ ନୁହେଁ ଏହି ଭଳି ଭାବରେ ରାଜ୍ୟର ସବୁ ଜିଲ୍ଲାରେ ଏବେ ଛୋଟ ଛୁଆ ମାନଙ୍କ ପ୍ରତି ଅମାନବୀୟ କାଣ୍ଡ ବଢି ଚାଲିଛି । ପ୍ରତିଦିନ କୋମଳମତି ଶିଶୁ କନ୍ୟା ମାନେ ଠିକ୍ ଏହି ଭଳି ଅତ୍ୟାଚାରର ଶିକାର ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking