28.1 C
Bhubaneswar
Tuesday, July 8, 2025
Homeଅପରାଧଅବୈଧ ଯୌନସମ୍ପର୍କ ଲାଗି ମହିଳାଙ୍କୁ ୧୦୦ ଓ ପୁରୁଷଙ୍କୁ ୧୫ ଥର ଚାବୁକ୍ ପ୍ରହାର

ଅବୈଧ ଯୌନସମ୍ପର୍କ ଲାଗି ମହିଳାଙ୍କୁ ୧୦୦ ଓ ପୁରୁଷଙ୍କୁ ୧୫ ଥର ଚାବୁକ୍ ପ୍ରହାର

ଜାକର୍ତା: ଜଣେ ଇଣ୍ଡୋନେସୀୟ ମହିଳାଙ୍କୁ ସମସ୍ତେ ଦେଖି ପାରିବା ଭଳି ସ୍ଥାନରେ ଗୁରୁବାର ୧୦୦ ଚାବୁକ୍ ପ୍ରହାର ଦିଆଯାଇଛି । କିନ୍ତୁ, ଉକ୍ତ ମହିଳାଙ୍କ ସହ ଅପକର୍ମରେ ଲିପ୍ତ ଥିବା ଅଭିଯୋଗକୁ ଅସ୍ୱୀକାର କରିଥିବା ଉକ୍ତ ପୁରୁଷଙ୍କୁ ମାତ୍ର ୧୫ ଚାବୁକ୍ ପ୍ରହାର ଦିଆଯାଇଛି । ୨୦୧୮ରେ ଦୁହେଁ ‘ପାମ୍ ଅଏଲ୍ ପ୍ଲାଣ୍ଟେସନ୍‌’ରେ ଧରାପଡ଼ିଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ସାମ୍ବାଦିକଙ୍କ କହିବା ଅନୁସାରେ, ଯନ୍ତ୍ରଣା ଅସହ୍ୟ ହେଉଛି ବୋଲି କହିବାରୁ ଉକ୍ତ ମହିଳାଙ୍କ ଉପରେ ଚାବୁକ୍ ପ୍ରହାର ସ୍ୱଳ୍ପ ସମୟ ପାଇଁ ବନ୍ଦ ରଖାଯାଇଥିଲା । ସ୍ୱାମୀଙ୍କ ଛଡ଼ା ପର ପୁରୁଷଙ୍କ ସହ ଦୈହିକ ସମ୍ପର୍କ ରଖିଥିବା କଥା ସ୍ୱୀକାର କରିବାରୁ ଅଦାଲତ ଉକ୍ତ ମହିଳାଙ୍କ ପ୍ରତି କଠୋର ଦଣ୍ଡ ବିଧାନ କରିଥିଲେ ବୋଲି ‘ପୂର୍ବାଞ୍ଚଳ ଆଚେ ପ୍ରୋଜେକ୍ୟୁଟର୍ସ ଅଫିସ୍‌’ର ସାଧାରଣ ତଦନ୍ତ ବିଭାଗର ମୁଖ୍ୟ ଇଭାନ୍ ନାଜାର ଅଲ୍‌ବି କହିଛନ୍ତି । ମୁସଲମାନ ବହୁଳ ଇଣ୍ଡୋନେସିଆରେ ଆଚେ ହେଉଛି ଏକମାତ୍ର ଅଞ୍ଚଳ ଯେଉଁଠି ଶାରିଆ ଆଇନ ଲାଗୁ ହୋଇଥାଏ । ସେଠାରେ ଜୁଆ, ଅବୈଧ ଯୌନସମ୍ପର୍କ, ନିଶାସେବନ ଏବଂ ସମଲିଙ୍ଗୀ ଦୈହିକ ସମ୍ପର୍କ ଅଭିଯୋଗରେ ଚାବୁକ ପ୍ରହାର ଦିଆଯାଏ । ଅଲ୍‌ବି ଆହୁରି ମଧ୍ୟ କହିଛନ୍ତି ଯେ, ‘ପୂର୍ବାଞ୍ଚଳ ଆଚେ ମତ୍ସ୍ୟ ଏଜେନ୍‌ସି’ର ମୁଖ୍ୟ ଥିବା ସମ୍ପୃକ୍ତ ପୁରୁଷଙ୍କୁ ବିଚାରପତିମାନେ ଦୋଷୀ ସାବ୍ୟସ୍ତ କରାଇବାକୁ ବାଟ ପାଇ ନ ଥିଲେ । କାରଣ, ସେ ବିଚାର ସମୟରେ ଲୋକଟି ଆଦୌ ଭୁଲ୍ ସ୍ୱୀକାର ନ କରିବା ସହ ତାଙ୍କ ବିରୋଧରେ ଆଗତ ସମସ୍ତ ଅଭିଯୋଗ ଖଣ୍ଡନ କରିଥିଲେ । ତେଣୁ, ସେ ଦୋଷୀ ବୋଲି ବିଚାରପତିମାନେ କୌଣସିମତେ ପ୍ରମାଣ କରି ପାରି ନ ଥିଲେ । ପ୍ରଥମେ ତାଙ୍କୁ ୩୦ ପ୍ରହାର ଦଣ୍ଡାଦେଶ ହୋଇଥିଲା । କିନ୍ତୁ, ଶାରିଆ ସୁପ୍ରିମ୍‌କୋର୍ଟରେ ତାଙ୍କର ନିବେଦନ ସଫଳ ହେବାରୁ ଦଣ୍ଡାଦେଶ ୧୫କୁ ହ୍ରାସ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking