40.1 C
Bhubaneswar
Thursday, April 25, 2024
Homeଓଡିଶାବସଷ୍ଟାଣ୍ଡରେ ୪ ମାସର ଗର୍ଭବତୀ ସ୍ତ୍ରୀକୁ ଛାଡି ସ୍ୱାମୀ ଫେରାର

ବସଷ୍ଟାଣ୍ଡରେ ୪ ମାସର ଗର୍ଭବତୀ ସ୍ତ୍ରୀକୁ ଛାଡି ସ୍ୱାମୀ ଫେରାର

ସୁବର୍ଣ୍ଣପୁର : ବସଷ୍ଟାଣ୍ଡରେ ୪ ମାସର ଗର୍ଭବତୀ ସ୍ତ୍ରୀକୁ ଛାଡି ସ୍ୱାମୀ ଫେରାର । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବସଷ୍ଟାଣ୍ଡରେ ଦୀର୍ଘ ସମୟ ଧରି ବସି ରହିବା ପରେ ଅସହାୟ ହୀନା ସିଂଙ୍କୁ ଉଦ୍ଧାର କରିଛି ପୋଲିସ । ହୀନା ସିଂଙ୍କ ଘର ଝାରସୁଗୁଡାରେ । ଗତ କିଛିବର୍ଷ ହେଲା ହୀନା ଆନ୍ଧ୍ର ପ୍ରଦେଶର ଏକ ଚିଙ୍ଗୁଡି କମ୍ପାନୀରେ କାମ କରୁଥିଲେ । ସେଠାରେ କାମ କରୁଥିବା ସୁବର୍ଣ୍ଣପୁର ବଡଖମାର ଗାଁର ମନୋଜ ଦାସଙ୍କ ସହ ହୀନାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦୁହେଁ ବାହା ହୋଇ ପାଖାପାଖି ୧ ବର୍ଷ ରହିବା ପରେ ମନୋଜ ହୀନାଙ୍କ ନିକଟରୁ ୫୦ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ । ମନୋଜ ଆଉ ଆନ୍ଧ୍ରକୁ ନଫେରିବାରୁ ହୀନା ମନୋଜଙ୍କ ଗାଁ ବଡଖମାର ଗାଁକୁ ଆସିଥିଲେ । ନିୟମିତ ମନୋଜ ହୀନାଙ୍କୁ ମାରପିଟ କରିବା ସହିତ ଘରୁ ବାହାରି ଯିବାକୁ ଧମକ ଦେଉଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking