31.1 C
Bhubaneswar
Tuesday, April 23, 2024
Homeଅପରାଧଟ୍ରେନ ଆସିବା ଦେଖି ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ମହିଳାଙ୍କୁ ଧାରଣାକୁ ଠେଲି ଦେଲେ ଯୁବକ

ଟ୍ରେନ ଆସିବା ଦେଖି ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ମହିଳାଙ୍କୁ ଧାରଣାକୁ ଠେଲି ଦେଲେ ଯୁବକ

ନୂଆଦିଲ୍ଲୀ: ରେଳ ଷ୍ଟେସନ ହେଉ କିମ୍ବା ମେଟ୍ରୋ ସର୍ବଦା ଟ୍ରାକ୍ ଠାରୁ କିଛି ଦୂରରେ ଠିଆ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥାଏ । କିନ୍ତୁ ବେଳେବେଳେ ଏପରି ଘଟଣା ଘଟେ, ଯାହାକୁ ଆମେ ସହଜରେ ବିଶ୍ୱାସ କରି ପାରି ନଥାଉ । ଲୋକମାନେ ହୁଏତ ଦ୍ରୁତ ଗତିରେ ଚାଲୁଥିବା ଟ୍ରେନ୍ ଠାରୁ କିଛି ଦୂରରେ ଠିଆ ହୋଇଥିବେ । କିନ୍ତୁ ଯଦି ଟ୍ରେନ୍ ନିକଟତର ହେଲା ବେଳକୁ ଆପଣଙ୍କୁ ପଛରୁ କେହି ଧକ୍କା ଦେଇଦେବେ ତେବେ ଆପଣ କ’ଣ କରିବେ । ଏମିତି ଏକ ଘଟଣା ନିକଟରେ ଲାଗିଥିବା ସିସିଟିଭ ଫୁଟେଜରେ କୈଦ ହୋଇଛି । ବ୍ରସେଲ୍ସରେ ଜଣେ ବ୍ୟକ୍ତି ଜଣେ ମହିଳାଙ୍କୁ ଜାଣିଶୁଣି ଟ୍ରେନ୍ ସାମ୍ନାକୁ ଧକ୍କା ଦେଇଥିଲା । ଏହି ଆଶ୍ଚର୍ଯ୍ୟଜନକ ଘଟଣାର ଭିଡିଓ ସେଠାରେ ଲାଗିଥିବା ସିସିଟିଭରେ କୈଦ ହୋଇଥିଲା । ଏହି ଘଟଣା ଶୁକ୍ରବାର ସନ୍ଧ୍ୟାରେ ବେଲଜିୟମର ରାଜଧାନୀର ରୋଜିୟର ମେଟ୍ରୋ ଷ୍ଟେସନରେ ଘଟିଛି । ସୌଭାଗ୍ୟବଶତଃ ଟ୍ରେନ୍ ସମୟ ପୂର୍ବରୁ ଅଟକି ଯାଇଥିବାରୁ ମହିଳାଙ୍କ ଜୀବନ ରକ୍ଷା ପାଇଯାଇଛି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଲୋମଟାଙ୍କୁରା ଭିଡିଓରେ ଦେଖିବାକୁ ମିଳୁଛି, ବ୍ୟକ୍ତି ଜଣକ ଟ୍ରେନ ସାମ୍ନାରେ ମହିଳାଙ୍କୁ ଧକ୍କା ଦେବା ପୂର୍ବରୁ ପ୍ଲାଟଫର୍ମରେ ଏଣେତେଣେ ବୁଲୁଛନ୍ତି । ଯେମିତି ହିଁ ଟ୍ରେନ ଆସିବା ଉକ୍ତ ବ୍ୟକ୍ତି ଦେଖିଥିଲେ କେହି କିଛି ବୁଝିବା ପୂର୍ବରୁ ସେ ମହିଳାଙ୍କୁ ଧାରଣାକୁ ଠେଲି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking