28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗକେନ୍ଦୁଝର ଯୁବ ସାମ୍ବାଦିକ ସଂଘ ଗଠିତ

କେନ୍ଦୁଝର ଯୁବ ସାମ୍ବାଦିକ ସଂଘ ଗଠିତ

କେନ୍ଦୁଝର :କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବକ୍ସିବାରିଙ୍ଗା ସ୍ଥିତ ତୃପ୍ତି ସଫାରୀ ପରସରରେ ରବିବାର କେନ୍ଦୁଝର ଜିଲ୍ଲାର ଯୁବ ସାମ୍ବାଦିକମାନଙ୍କୁ ନେଇ ଏକ ବନ୍ଧୁ ମିଳନ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଦର୍ଶ ମତ, ସକରାତ୍ମକ ତଥା ସଂଗଠିତ ଭାବେ ଜିଲ୍ଲାର ଉନ୍ନତି ତଥା ସାମ୍ପତ୍ତିକ ପରିସ୍ଥିତିରେ ସାମ୍ବାଦିକମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଏହି ଅବସରରେ ଜିଲ୍ଲାର ୧୩ଟି ବ୍ଲକ, ପୌରାଞ୍ଚଳ ତଥା ଏନଏସି ଗୁଡିକରୁ ଯୋଗ ଦେଇଥିବା ଯୁବ ସାମ୍ବାଦିକମାନଙ୍କ ସହମତିରେ ଏକ ଜିଲ୍ଲାସ୍ତରୀୟ ଯୁବ ସାମ୍ବାଦିକ ସଂଘ ଗଠନ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଫର୍ମାଟରେ କାମ କରୁଥିବା ଯୁବ ସାମ୍ବାଦିକମାନଙ୍କୁ ସଂଗଠିତ କରି ଆଗାମୀ ଦିନରେ ସେମାନଙ୍କ ସୁରକ୍ଷା ତଥା ଆର୍ଦଶଗତ ସାମ୍ବାଦିକ ତା ପ୍ରତି ଆଗ୍ରହ ସୃଷ୍ଟି କରିବା ଏହି ସଂଗଠନର ମୂଳ ଲକ୍ଷ୍ୟ ରହିଥିବା ବେଳେ ଆଗାମୀ ଦିନରେ ବିଭିନ୍ନ ସାମାଜିକ କାର‌୍ୟ୍ୟକ୍ରମ ତଥା ସଚେତନ ଧର୍ମୀୟ କାର‌୍ୟ୍ୟକ୍ରମରେ ଏହି ସଂଗଠନ ଆଗ ଧାଡିରେ ରହିବ ବୋଲି ଏହି ଅବସରରେ ଯୁବ ସାମ୍ବାଦିକ ସଂଗଠନର ଆବାହକମାନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ୧୦୦ରୁ ଉର୍ଦ୍ଧ୍ବ ଯୁବ ସାମ୍ବାଦିକ ଯୋଗଦାନ ଦେଇଥିଲେ । ମା ତାରିଣୀଙ୍କ ପଟ୍ଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପୂର୍ବକ ଏହି କାର‌୍ୟ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଉକ୍ତ କାର‌୍ୟ୍ୟକ୍ରମରେ ସାମ୍ବାଦିକ ପ୍ରଶାନ୍ତ ନାୟକ, ସୁବ୍ରତ ସ୍ୱାଇଁ, ସୁଜିତ କୁମାର ମିଶ୍ର, ଜ୍ଞାନ ରଞ୍ଜନ ମିଶ୍ର, ଶ୍ରୀନିବାସ ପାଇକରାୟ, ରଞ୍ଜନ ପ୍ରଧାନ, ନାରାୟଣ ସାହୁ, ପ୍ରମୋଦ ମହାନ୍ତ ପ୍ରମୁଖ ଯୋଗ ଦେଇ ନିଜ ନିଜର ସୁଚିନ୍ତିତ ପରାମର୍ଶ ଏବଂ ମତାମତ ରଖିଥିଲେ । କାର‌୍ୟ୍ୟକ୍ରମ ରେ ଯୋଗ ଦେଇଥିବା ସାମ୍ବାଦିକମାନେ ନିଜ ନିଜର ପରିଚୟ ପ୍ରଦାନ କରିବା ସହିତ ସୁଚିନ୍ତିତ ମତ ରଖିଥିଲେ । ଏହାପରେ ନୂତନ କାର‌୍ୟ୍ୟକାରୀ ସମିତି ଗଠିତ ହୋଇଥିଲା । କାର‌୍ୟ୍ୟକ୍ରମ ରେ ନାରାୟଣ ସାହୁ ସଭାପତି, ନିର୍ମଳ କୁମାର ବାରିକ କାର‌୍ୟ୍ୟକାରୀ ସଭାପତି, ସନ୍ତୋଷ କୁମାର ମହାପାତ୍ର ସାଧାରଣ ସମ୍ପାଦକ ସହ ସମସ୍ତ କାର‌୍ୟ୍ୟକାରିଣୀ ସମିତି ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ଆଗାମୀ ଦିନରେ ସଂଗଠିତ ଭାବେ କାର‌୍ୟ୍ୟ କରିବା ପାଇଁ ସଂକଳ୍ପ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking