26.1 C
Bhubaneswar
Monday, July 7, 2025
Homeଓଡିଶାକୋଡିଙ୍ଗାମାଳି ଜନ ଶୁଣାଣୀକୁ ତୀବ୍ର ବିରୋଧ ପାଇଁ ବ୍ୟାପକ ପ୍ରସ୍ତୁତି

କୋଡିଙ୍ଗାମାଳି ଜନ ଶୁଣାଣୀକୁ ତୀବ୍ର ବିରୋଧ ପାଇଁ ବ୍ୟାପକ ପ୍ରସ୍ତୁତି

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କାଶୀର ଓ କୋରାଟ ଜିଲ୍ଲା ଲକ୍ଷ୍ମର ବ୍ଲକର ମଧ୍ୟବର୍ତି ସ୍ଥାନରେ ଥିବା କୋଡିଙ୍ଗାମାଳି ପାହାଡରୁ ପ୍ରସ୍ତାବିତ ବକ୍ସାଇଟ ଖଣି ଖନନର ସମ୍ପ୍ରସାରଣକୁ ନେଇ ତୀବ୍ର ବିରୋଧ ଜାରି ରହିଛି । ସ୍ଥାନୀୟ ସାଂସଦଙ୍କ ପରେ ସ୍ଥାନୀୟ ଲୋକ ପ୍ରତିନିଧି ମାନେ କାରାଖାନା ନାହିଁତ ଖଣି ନାହିଁ ଘୋଷଣା କରିଛନ୍ତି । ଏହାକୁ ନେଇ ପ୍ରତିଦିନ ସବୁ ଗାଁରେ ବୈଠକ କରାଯିବା ସହ ଆସନ୍ତା ୨୫ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଜନଶୁଣାଣୀରେ ଏହାର ମୁକାବିଲା କରିବା ପାଇଁ ରଣନୀତି ପ୍ରସ୍ତୁତ ଚାଲିଛି । ଯାହାକି ସେହି ଅଂଚଳରେ ଏକ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବା ସମ୍ଭାବନାକୁ ଏଡାଇ ହୋଇାରୁନାହିଁ । କାରାଖାନା ପ୍ରତିଷ୍ଠା କର ତାରେ ଖଣି ଖନନ ହେବ । କାରାଖାନା ନାହିଁତ ଖଣି ନାହିଁ ଘୋଷଣା ହୋଇଛି । ଓଡିଶା ଖଣି ନିଗମ(ଓଏମସି) ଜରିଆରେ ଖଣି ଲୁଟ ପାଇଁ ଚକ୍ରାନ୍ତ ଚାଲିଥିବା ପଂଚାୟତ ପ୍ରତିନିଧି ଓ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ତୁରନ୍ତ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏଥିରୁ ନିବୃତ ରହିବା ପାଇଁ ସେମାନେ ନିବେଦନ କରିଛନ୍ତି । ସେହିଦିନ ଏକ ବଡ ଆଇନ ଶୃଙ୍ଖଳା ପରିସ୍ଥିତି ଉୁପଜିବା ସମ୍ଭାବନାକୁ ଏଡାଇ ହୋଇପାରୁନାହିଁ । ଏ ସମ୍ପର୍କରେ ଓଏମସିର ଆଂଚଳିକ ମହାପ୍ରବନ୍ଧକ ହେମନ୍ତ କୁମାର ସିଂ କହିଛନ୍ତି,ଯଦି ସ୍ଥାନୀୟ ବାସିନ୍ଦା ଖଣି ଖନନ ପାଇଁ ଜନଶୁଣାଣୀରେ ଅନୁମତି ଦେବେ ତେବେ ଖଣି ଖୋଳାଯିବ । ନଚେତ ଆମେ ସେଥିରୁ ଓହରିିବୁ । ପୂର୍ବରୁ ହିଣ୍ଡାଲକୋ କାରଖାନା କରିବା ପାଇଁ ଚୁକ୍ତି କରିଥିଲା । ୨୦୧୫ ମସିହା ଆମେଣ୍ଡମେଂଟ ଆଧାରରେ ହିଣ୍ଡାଲକୋ ଓହରିଛି କିନ୍ତୁ ଓଏମସି ନିଜ କାର୍ଯ୍ୟଜାରି ରଖିଛି ବୋଲି ସେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking