29.1 C
Bhubaneswar
Wednesday, April 29, 2026
Homeଓଡିଶାନଦୀକୁ ଡେଇଁ ଜୀବନ ହାରିଲେ ଯୁବକ

ନଦୀକୁ ଡେଇଁ ଜୀବନ ହାରିଲେ ଯୁବକ

ରାୟଗଡା: ରାୟଗଡା ଝଞ୍ଜାବତୀ ପୋଲ ଉପରୁ ଲମ୍ପ ମାରି ଜଣେ ଯୁବକ ଜୀବନ ହାରିଲେ । ମୃତ ଯୁବକ ଜଣକ ହେଲେ ରାୟଗଡା ସହର କୋଅପରେଟିଭ୍ କଲୋନୀର ରଞ୍ଜିତ୍ କୁମାର ସାହୁ। ସହରର ମଝିଘରିଆଣୀ ମନ୍ଦିର ନିକଟ ଝଞ୍ଜାବତୀ ନଦୀ ଉପରେ ଥିବା ପୋଲ ଉପରୁ ରଂଜୀତ ତଳେ ଡେଇଁ ପଡିଥିଲେ। ତେବେ କେଉଁ କାରଣ ଯୋଗୁଁ ସେଜୀବନ ହାରିଲେ ତାହା ସ୍ପଷ୍ଟ ହୋଇନି। ଝଞ୍ଜାବତୀ ପୋଲ ଉପରେ ରଂଜୀତ ଙ୍କ ଚପଲ ଓ ବାଇକ୍ ରହିଛି। ଗଲା 2ଘଣ୍ଟା ଧରି ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଝଞ୍ଜାବତୀ ନଦୀରୁ ତାଙ୍କ ମୃତ ଦେହ ଉଦ୍ଧାର କରିବା ପାଇଁ ଉଦ୍ଯମ କରିଥିଲେ ହେଁ ରଂଜୀତ ଙ୍କ ମୃତ ଦେହ ଉଦ୍ଧାର ହୋଇପାରି ନାହିଁ । ଖବର ପାଇ ରାୟଗଡା ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ରଂଜୀତ ସାହୁ ଏକ କାରଖାନାରେ କାର୍ଯ୍ଯ କରୁଥିବା ବେଳେ 2ମାସ ତଳେ ଉକ୍ତ କମ୍ପାନୀ ଛାଡିଥିଲେ ବୋଲି ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking