28.1 C
Bhubaneswar
Tuesday, June 30, 2026
Homeଓଡିଶାବରଙ୍ଗାକଛାର ଜଳଭଣ୍ଡାରରେ ବୁଡ଼ି ଯୁବକ ମୃତ

ବରଙ୍ଗାକଛାର ଜଳଭଣ୍ଡାରରେ ବୁଡ଼ି ଯୁବକ ମୃତ

ସୁନ୍ଦରଗଡ଼: ଗତକାଲି ଅପରାହ୍ନରେ ବଡ଼ଗାଁ ଥାନା ବରଙ୍ଗାକଛାର ଜଳଭଣ୍ଡାରରେ ବୁଡ଼ି ନିଖୋଜ ଥିବା ଯୁବକଙ୍କ ମୃତଦେହ ଆଜି ସକାଳୁ ଉଦ୍ଧାର ହୋଇଛି। ମୃତକ ହେଲେ ଭେଲୁଆବାହାଲର ଶିବ ମାଝୀ (୨୧)।  ସେ ନିଜ ସାଙ୍ଗମାନଙ୍କ ସହ ଗାଧୋଇବାକୁ ଜଳଭଣ୍ଡାରକୁ ଯାଇଥିଲେ। ଏହି ସମୟରେ ହଠାତ ଘଡ଼ଘଡ଼ି ସହ ପ୍ରବଳବର୍ଷା ଓ କୁଆପଥର ମାଡ଼ ହେବାରୁ ସାଙ୍ଗମାନେ ଯିଏ ଯୁଆଡ଼େ  ଦୌଡ଼ି ପଳାଇଥିଲେ। କିନ୍ତୁ ଶିବ ରହି ଯାଇଥିଲେ। ଏ ସମ୍ପର୍କରେ ସାଙ୍ଗମାନଙ୍କୁ ଜଣା ନଥିଲା। ପରେ ବର୍ଷା ଛାଡ଼ିବା ପରେ ମେଳରେ ଶିବ ନଥିବା ଦେଖି ଖୋଜିଥିଲେ। ହେଲେ ସେ ନମିଳିବାରୁ ଜଳଭଣ୍ଡାରରେ ବୁଡ଼ି ଯାଇଥିବା ସନ୍ଦେହ କରି ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଆସି ରାତି ୮ଟା ଯାଏ ଖୋଜାଖୋଜି କରିଥିଲେ। କିନ୍ତୁ ରାତି ହୋଇଯିବାରୁ ଉଦ୍ଧାର ଅଭିଯାନ ସ୍ଥଗିତ ରଖିଥିଲେ।ଆଜି ସକାଳୁ ପୁଣି ଖୋଜାଖୋଜି କରି ଜଳଭଣ୍ଡାରରୁ ମୃତଦେହ ଉଦ୍ଧାର କଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking