29.1 C
Bhubaneswar
Sunday, May 19, 2024
Homeଓଡିଶାସାଇବର ଠକେଇର ଶିକାର ହେଲେ ଯୁବତୀ

ସାଇବର ଠକେଇର ଶିକାର ହେଲେ ଯୁବତୀ

କଟକ: ପୁଣି ମାତିଲେ ସାଇବର ଠକ, ଆଖି ପିଛୁଳାକେ ନେଇଗଲେ ୮ଲକ୍ଷ ଟଙ୍କା । ସାଇବର ଠକାମିର ଶିକାର ହୋଇ ଲକ୍ଷ ଲକ୍ଷ ଟଙ୍କା ହରାଇଲେ କଟକର ଜଣେ ଯୁବତୀ । ଇନଷ୍ଟାଗ୍ରାମ ମାଧ୍ୟମରେ ସାଇବର ଠକ ସହ କଥା ହୋଇ ୮ଟି ପର୍ଯ୍ୟାୟରେ ଦେଇଥିଲେ ୭ ଲକ୍ଷ ୯୫ ହଜାର ଟଙ୍କା । ସାଇବର ଠକାମିର ଶିକାର ହୋଇଥିବା ଜାଣିପାରି ସାଇବର ଥାନାରେ ଅଭିଯୋଗ କଲେ ଯୁବତୀ । ସାଇବର ଠକ ଟଙ୍କା ଲୁଟିବା ପାଇଁ ନୂଆ ତରିକା ଆପଣେଇଛନ୍ତି । ଫ୍ରେଣ୍ଡସିପ ଆଳରେ ଇମୋସନାଲ ଟ୍ରାପ କରୁଛନ୍ତି ସାଇବର ଠକ । କଟକର ଯୁବତୀ ଜଣଙ୍କ ସହ ପ୍ରଥମେ ଇନଷ୍ଟାଗ୍ରାମ ଜରିଆରେ ବନ୍ଧୁତା କରିଥିଲା ସାଇବର ଠକ । ନିଜକୁ ସ୍କଟଲ୍ୟାଣ୍ଡ ବାସିନ୍ଦା ବୋଲି ପରିଚୟ ଦେଇ ଚାଟ କରୁଥିଲା, ଏଥି ସହ ନିଜକୁ ସିପ ମ୍ୟାନେଜର ବୋଲି ପରିଚୟ ଦେଇଥିଲା । କିଛିଦିନ କଥା ହେବା ପରେ ପ୍ରେମ ଜାଲରେ ଫସାଇ ବିବାହ କରିବା ପାଇଁ ପ୍ରତିଶୃତି ଦେଇଥିଲା ଠକ । ଏପରିକ ଆକର୍ଷଣୀୟ ଉପହାର ଦେବା ପାଇଁ ମଧ୍ୟ କହିଥିଲା, ଯାହାକୁ ଆଳକରି ଯୁବତୀଙ୍କ ଆକାଉଣ୍ଟରୁ ଟଙ୍କା ଲୁଟିଥିଲା ଠକ ।

କଟକ ସାଇବର ଥାନା ଆଇଆଇସି ଚନ୍ଦ୍ରିକା ସ୍ୱାଇଁ କହିଛନ୍ତି, “ଗତକାଲି ବିଡାନାସୀ ଥାନା ଅଞ୍ଚଳର ଜଣେ ମହିଳା ଅଭିଯୋଗ କରିଛନ୍ତି । ଗତ ଜୁଲାଇ ମାସରେ ଡାନିଏଲ ନାମକ ଯୁବକ ଇନଷ୍ଟାଗ୍ରାମରେ ତାଙ୍କ ସହ ବନ୍ଧୁତା କରି ଚାଟିଂ କରିଥିଲେ । କିଛିଦିନ ଚାଟିଂ ପରେ ମହିଳାଙ୍କୁ ଇମୋସନାଲ ଟ୍ରାପ କରିଥିଲେ । ତାଙ୍କ ଘର ସ୍କଟଲାଣ୍ଡରେ ସେ ଲଣ୍ଡନରେ ସିପ ମ୍ୟାନେଜର ଭାବେ କାମ କରୁଛନ୍ତି କହି ଯୁବକ ଜଣକ କେତେକ ଫୋଟ ପଠାଇ ବିଶ୍ୱାସ ଜନ୍ମେଇଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ଫ୍ରେଣ୍ଡସିପରୁ ପ୍ରେମ ପରେ ବିବାହ ଯାଏଁ କଥା ଯାଇଥିଲା । ଯୁବକ ଜଣକ ଖୁବ ଶୀଘ୍ର ଇଣ୍ଡିଆ ଆସି ବିବାହ କରିବେ ବେଲି କହିଥିଲେ । ତାପରେ ଯୁବତୀଙ୍କ ପାଇଁ ଲଣ୍ଡନରୁ କିଛି ଗିଫ୍ଟ ଯେମିତିକି ସୁନା ଚେନ, ବ୍ରେସ୍‌ଲେଟ, ଜୋତା, ବ୍ୟାଗ ଏବଂ ୨୦ହଜାର ଆମେରିକାନ ଡଲାର ପଠାଇବ ପାଇଁ କିହିଥିଲେ । କିଛି ଦିନ ପରେ ଗିଫ୍ଟ ଇଣ୍ଡିଆ ଆସି ଯାଇଥିବା କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking