28.3 C
Bhubaneswar
Thursday, May 14, 2026
Homeଦେଶ ବିଦେଶବିଦ୍ୟୁତ ଆଘାତ ଲାଗି ଯୁବକଙ୍କ ମୃତ୍ୟୁ

ବିଦ୍ୟୁତ ଆଘାତ ଲାଗି ଯୁବକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ମହୋବା ଜିଲ୍ଲାରୁ ଜଣେ ଯୁବକଙ୍କୁ ବିଦ୍ୟୁତ ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଖବର ମିଳିଛି। ଏହି ଘଟଣାର ଏକ ସିସିଟିଭି ଫୁଟେଜ ବି ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ମହୋବାର ଚାନ୍ଦୋଗ୍ରାମରେ ବସବାସ କରୁଥିବା ଦେବେନ୍ଦ୍ର ସହରର ମୋହଲ୍ଲା ଜ‌ସୋଦା ନଗରରେ ବସବାସ କରୁଥିବା ସୁରେନ୍ଦ୍ର ସିଂହଙ୍କ ଘରକୁ ଯାଇଥିଲେ। ସେଠାରେ ଏକ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସୁରେନ୍ଦ୍ରଙ୍କ ପରିବାର ପ୍ରତିବର୍ଷ ଆଷାଢ଼ ମାସରେ ପୂଜା-ଅର୍ଚ୍ଚନା କରି ଭଗବାନଙ୍କୁ ପ୍ରସାଦ ଚଢ଼ାଇ ଥାଆନ୍ତି। ଏହି ପୂଜା ପାଇଁ ସମସ୍ତେ ମିଶି ମନ୍ଦିର ଯିବାକୁ ପ୍ରସ୍ତୁତ ହେଉଥିଲେ। ଏଭଳି ଖୁସି‌ର ସମୟରେ ଏକ ଅଘଟଣ ଘଟି ଯାଇଥିଲା। ଏହି ଅଘଟଣକୁ ନେଇ ପରିବାରଲୋକ କହିଛନ୍ତି, ‘ପୂଜାଅର୍ଚ୍ଚନା ପାଇଁ ସମସ୍ତେ ବ୍ୟସ୍ତ ଥିଲେ। କିଏ ଭୋଗ ସଜାଡ଼ୁଥିଲେ ତ ଆଉ କିଏ ଫୁଲ। ଏଭଳି ସମୟରେ ଦେବେନ୍ଦ୍ର ମନ୍ଦିରକୁ ପତାକା ନେଇଯିବା ପାଇଁ ବାଉଁଶ ଆଣୁଥିଲେ। ବାଉଁଶ ଆଣିବା ସମୟରେ ଘର ଉପରେ ଯାଇଥିବ‌ା ୩୩କେଭିର ବିଦ୍ୟୁତ ଲାଇନ ସଂସ୍ପର୍ଶରେ ସେ ଚାଲି ଆସିଥିଲେ। ତେବେ ବିଦ୍ୟୁତ ସଂସ୍ପର୍ଶରେ ଆସିବାର ମୁଖ୍ୟ କାରଣ ବର୍ଷା ହେତୁ ସେ ଧରିଥିବା ବାଉଁଶ ଓଦା ଥିଲା। ତେଣୁ ଓଦା ବାଉଁଶ ତାରରେ ଲାଗିବାରୁ ସଙ୍ଗେସଙ୍ଗେ ଦେବେନ୍ଦ୍ର ଏହା ସଂସ୍ପର୍ଶ ଚାଲି ଆସିଥିଲେ। ଏହି ଘଟଣା ଘଟିବାର ୨୨ ସେକେଣ୍ଡ ଭିତରେ ଦେବେନ୍ଦ୍ରଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ପରିବାରଲୋକ ତଥାପି ଦେବେନ୍ଦ୍ର ବଞ୍ଚିଯିବା ଆଶାରେ ଡାକ୍ତରଖାନା ନେଇ ଯାଇଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking