27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଡାକ୍ତରଖାନାରେ ଶିଶୁ ସହ ନର୍ସ ଯାହା କଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ....

ଡାକ୍ତରଖାନାରେ ଶିଶୁ ସହ ନର୍ସ ଯାହା କଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ନୂଆଦିଲ୍ଲୀ: ଡାକ୍ତରଖାନାରେ ରୋଗୀଙ୍କ ସୁବିଧା ଅସୁବିଧା ବୁଝିବା ସହ ସେମାନଙ୍କର ଯତ୍ନ ନେବାକୁ ନର୍ସମାନଙ୍କୁ ନିଯୁକ୍ତ କରାଯାଇଥାଏ । ଡାକ୍ତରଙ୍କ ଅନୁପସ୍ଥିତିରେ ସେମାନେ ରୋଗୀଙ୍କ ଦାୟିତ୍ୱ ନିଅନ୍ତି । ମାତ୍ର ଜଣେ ନର୍ସ ଏପରି କାଣ୍ଡ ଭିଆଇଛନ୍ତି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଘଓଉଟରେ ନବଜାତକ ଶିଶୁ କାନ୍ଦିବାରୁ ତା ମୁହଁରେ ସେଲୋଟେପ୍ ଲଗାଇ ଦେଇଛନ୍ତି ନର୍ସ । ବ୍ରିହାନମମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନର ସାବିତ୍ରୀବାଇ ଫୁଲେ ମାତୃତ୍ୱ ଗୃହର ଜଣେ ନର୍ସ ଏଭିଳ କାଣ୍ଡ କରିଥିବା ଅଭିଯୋଗ ହୋଇଛି । ଏନ୍‌ଆଇସିୟୁରେ ଶିଶୁଟି କାନ୍ଦିବାରୁ ତାର କାନ୍ଦ ବନ୍ଦ କରିବା ପାଇଁ ତାର ପାଟିରେ ଟେପ୍ ଲଗାଇ ଦେଇଥିଲେ । ଘଟଣା ସାମ୍ନାକୁ ଆସିବା ପରେ ନର୍ସଙ୍କୁ ନିଲମ୍ବିତ କରାଯିବା ସହ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ସୂଚନାଯୋଗ୍ୟ, ଗତବର୍ଷ ମେ’ ମାସ ୨୦ତାରିଖରେ ପ୍ରିୟା କାମ୍ବଲେ ନାମକ ଜଣେ ମହିଳା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ପରେ ପିଲାଟି ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇଥିଲା ।

ଏଥିପାଇଁ ଡାକ୍ତର ଶିଶୁକୁ ଏନ୍‌ଆଇସିୟୁରେ ରଖିଥିଲେ । ଜୁନ୍ ୨ରେ, ଶିଶୁର ମା ନିଜ ପିଲାଙ୍କୁ ଦେଖିବା ପାଇଁ ରାତି ୧୧ଟାରେ ଏନ୍‌ଆଇସିୟୁକୁ ଯାଇଥିଲେ । ସେଠାରେ ପିଲାଟି ପାଟିରେ ଏକ ଟେପ୍ ଲଗାଯାଇଥିଲା ଓ ସେ ବିକଳ ହୋଇ କାନ୍ଦୁଥିବା ସେ ଦେଖିଥିଲେ । ଏନେଇ ସେ ଦାୟିତ୍ୱରେ ଥିବା ନର୍ସଙ୍କୁ ପଚାରିଥିଲେ । ନର୍ସ ତାଙ୍କୁ ଦୁର୍ବ୍ୟବହାର କରିବା ସହ ପିଲା କାନ୍ଦିବାରୁ ପାଟିରେ ଟେପ ଲଗାଯାଇଥିଲା ବୋଲି କହିଥିଲେ । ଏହା ପରେ ମହିଳା ଜଣକ ତୁରନ୍ତ ତାଙ୍କ ପରିବାରକୁ ଡାକି ଘଟଣା ସମ୍ପର୍କରେ ଜଣାଇଥିଲେ । ଏନେଇ ସେମାନେ ପୂର୍ବତନ କାଉନସିଲର ଜାଗୃତି ପାଟିଲଙ୍କ ସହାୟତା ଲୋଡିଥିଲେ । ଜାଗୃତି ସୂଚନା ପାଇବା ମାତ୍ରେ ଡାକ୍ତରଖାନାରେ ପହଞ୍ଚିଥିଲେ । ପୋଲିସ ଏନେଇ ଏକ ମାମଲା ରୁଜୁ କରିଛି । ହସ୍ପିଟାଲ କର୍ତ୍ତୃପକ୍ଷ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସଂପୃକ୍ତ ନର୍ସ ସବିତା ଭୋଇରଙ୍କୁ ନିଲମ୍ବିତ କରାଯାଇଛି । ଅନ୍ୟ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking