25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶପରୀକ୍ଷାରେ ଖରାପ ହେବାରୁ ଜୀବନ ହାରିଲେ ଛାତ୍ର

ପରୀକ୍ଷାରେ ଖରାପ ହେବାରୁ ଜୀବନ ହାରିଲେ ଛାତ୍ର

ନୂଆଦିଲ୍ଲୀ: ପରୀକ୍ଷାରେ ଖରାପ ହେବାରୁ ଜୀବନ ହାରିଲେ ଛାତ୍ର । ଇଂରାଜୀ ପେପର ଖରାପ ହେବାରୁ ୨୨ମହଲା ଉପରୁ ଡେଇଁ ପଡିଲେ । ଗ୍ରେଟର ନୋଏଡାର ମହାଗୁନ୍ ମାୟୁଉଡ୍ ସୋସାଇଟି ତଳୁ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଗତକାଲି ପରୀକ୍ଷା ଦେଇ ଫେରିବା ପରେ ଛାତ ଉପରକୁ ଯାଇ ସେଠାରେ ଏକାକୀ ବସିଥିଲେ । ପରେ ଛାତ ଉପରୁ ଡେଇଁ ପଡିଥିବା ଜଣାପଡିଛି । ମୃତ ଛାତ୍ର ୧୯ବର୍ଷୀୟ ଆଦିତ୍ୟ ମିଶ୍ର । ଗତକାଲି ଅପରାହ୍ନ ପ୍ରାୟ ୪ଟା ୩୦ରେ ପୋଲିସକୁ ଏନେଇ ଖବର ମିଳିଥିଲା । ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ସ୍ଥାନୀୟ ଲୋକ ଓ ବାପା-ମା’ଙ୍କୁ ପଚରାଉଚରା କରିଛି ।

ମୃତ ଛାତ୍ରଙ୍କ ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ଆଦିତ୍ୟ ଗତବର୍ଷ ପରୀକ୍ଷାରେ ପାସ କରିପାରିନଥିଲେ । ଚଳିତବର୍ଷ ପୁଣି ଥରେ ପରୀକ୍ଷା ଦେଇଥିଲେ । ଗତକାଲି ଇଂରାଜୀ ପରୀକ୍ଷା ଥିଲା । ତେବେ ସେ ପରୀକ୍ଷାରେ ଭଲ କରିନଥିବାରୁ ମାନସିକ ଚାପରେ ଥିଲେ । ଏହାପରେ ସେ ଛାତ ଉପରକୁ ଚାଲିଯାଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଆଦିତ୍ୟ ସୋସାଇଟିର ଛାତ ଉପରେ ପ୍ରାୟ ୨୦ମିନିଟ୍ କାଳ ବସିରହିଥିଲେ । ସେ ଦୁଃଖି ଥିବା ଭଳି ଜଣାପଡୁଥିଲେ । ଏଥର ମଧ୍ୟ ପାସ କରିବେ କି ନାହିଁ ଭାବି ଭାବି ସେ ହୁଏତ ଛାତରୁ ଡେଇଁ ପଡିଛନ୍ତି । ଆଦିତ୍ୟ ତାଙ୍କ ପିତାମାତାଙ୍କର ଏକମାତ୍ର ପୁଅ ଥିଲେ । ତାଙ୍କର ଏକ ବଡ ଭଉଣୀ ଅଛି । ତେବେ ଆଦିତ୍ୟଙ୍କ ମୃତ୍ୟୁ ନେଇ ତଦନ୍ତ କରୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking