28.1 C
Bhubaneswar
Sunday, April 13, 2025
Homeଦେଶ ବିଦେଶୟେଜଦୀ ଆଡଭେନଚର, ସ୍କ୍ରାମ୍ବଲର, ରୋଡଷ୍ଟର ଭାରତରେ ଲଞ୍ଚ

ୟେଜଦୀ ଆଡଭେନଚର, ସ୍କ୍ରାମ୍ବଲର, ରୋଡଷ୍ଟର ଭାରତରେ ଲଞ୍ଚ

ନୂଆଦିଲ୍ଲୀ: କ୍ଲାସିକ ଲିଜେଣ୍ଡ କମ୍ପାନୀ ଭାରତରେ ନିଜର ପପୁଲାର ମୋଟରସାଇକେଲ ବ୍ରାଣ୍ଡ ୟେଜଦୀକୁ ପୁଣି ପ୍ରବେଶ କରିବା ସ୍ୱରୂପ ୟେଜଦୀ ଆଡଭେନଚର, ୟେଜଦୀ ସ୍କ୍ରାମ୍ବଲର ଓ ୟେଜଦୀ ରୋଡଷ୍ଟର ଭଳି ତିନୋଟି ଆକର୍ଷଣୀୟ ବାଇକ ଲଂଚ କରିଛି । ଯାହା ଲୁକ ସହିତ ଫିଚର୍ସ ଓ ପାୱାର ପ୍ରସଙ୍ଗରେ ବି ଜବରଦସ୍ତ ରହିଛି । ୧୩ ଜାନୁୟାରୀରେ ୟେଜଦୀ ମୋଟରସାଇକେଲ ବ୍ରାଣ୍ଡ ଏହି ୩ଟି ନୂଆ ବାଇକ ଇଣ୍ଡିଆନ ମାର୍କେଟରେ ଲଂଚ କରିଛି । ଯେଉଁଠି ୟେଜଦୀ ସ୍କ୍ରାମ୍ବଲର ଦେଖିବାକୁ ଅତି ଆକର୍ଷଣୀୟ, ସେହିଭଳି ଆଡଭେନଚର ସେଗମେଣ୍ଟରେ ଆଡଭେନଚର ନିଜ ଲୁକ ଓ ଫିଚର୍ସ ଦ୍ୱାରା ଲୋକଙ୍କୁ ନିଜ ଆଡକୁ ଟାଣିବ । ସେହିଭଳି ରୋଡକିଙ୍ଗ ସେଗମେଣ୍ଟରେ ୟେଜଦୀ ରୋଡଷ୍ଟର ଲଂଚ କରାଯାଇଛି । ଅର୍ଥାତ ୟେଜେଦୀ ଇଣ୍ଡିଆନ ମାର୍କେଟରେ ପୁଣି ଥରେ ଜବରଦସ୍ତ ଏଣ୍ଟ୍ରି କରିଛି ।
ୟେଜଦୀ ନୂଆ ମୋଟରସାଇକେଲର ଦାମ କଥା ଯଦି କହିବା ତେବେ ୟେଜଦୀ ରୋଡଷ୍ଟରକୁ ସ୍ମୋକ ଗ୍ରେ, ଷ୍ଟିଲ ବ୍ଲ୍ୟୁ, ଇଂଣ୍ଟର ଗ୍ରୀନ ଓ ଗ୍ରାଲେଣ୍ଟ ଗ୍ରେ ସହିତ ସିନ ସିଲଭର କଲର ଅପସନରେ ଲଂଚ କରାଯାଇଛି । ଏହାର ଦାମ ୧୯୮୧୪୨ ଟଙ୍କାରୁ ଆରମ୍ଭ କରି ୨୦୬୧୪୨ ଟଙ୍କା ଯାଏଁ ରହିଛି । ସେହିଭଳି ୟେଜଦୀ ସ୍କ୍ରାମ୍ବଲର କୁ ଫାୟାର ଅରେଂଜ, ୟେଲିଙ୍ଗ ୟେଲୋ, ଆଉଟଲୋ ଅଲିଭ ସହିତ ରେବଲ ରେଡ, ମୀନ ଗ୍ରୀନ ଓ ମିଡନାଇଟ ବ୍ଲୁ ଭଳି କଲର ଅପ୍ସନରେ ଲଂଚ କରାଯାଇଛି । ଯାହାର ଦାମ ୨୦୪୯୦୦ ଟଙ୍କାରୁ ୨୧୦୯୦୦ ଟଙ୍କା ରହିଛି । ୟେଜଦୀ ଆଡଭେନଚରକୁ ସିଲ୍କ ସିଲଭର, ମେମ୍ବୋ ବ୍ଲାକ ଓ ରେଜଂର କ୍ୟାମୋ କଲର ଅପ୍ସନ ସହିତ ଲଂଚ କରାଯାଇଛି । ଯାହାର ମୂଲ୍ୟ ୨୦୯୯୦୦ରୁ ଆରମ୍ଭ କରି ୨୧୮୯୦୦ ଟଙ୍କା ରହିଛି । ୟେଜଦୀର ଏହି ବାଇକଗୁଡିକର ମୁକାବିଲା ସିଧା ଭାବରେ ରୟାଲ ଏନଫିଲ୍ଡ ବାଇକ ସହ ହେବ ।

ୟେଜଦୀର ଏହି ତିନୋଟି ମୋଟରସାଇକେଲରେ ପାୱାରଫୁଲ ଏଲଇଡି ହେଡଲ୍ୟାମ୍ପ ଓ ଟେଲଲ୍ୟାମ୍ପସ ସହିତ ଷ୍ଟାଇଲିଶ ଟର୍ଣ୍ଣ ଇଣ୍ଡିକେଟର ରହିଛି । ସ୍କ୍ରାମ୍ବଲର ଓ ଆଡବେନଚର ମଡେଲରେ ଏଲଇଡି ସହିତ ଷ୍ଟାଣ୍ଡାର୍ଡ ହ୍ୟାଣ୍ଡେଲବାର ମାଉଣ୍ଟେଡ ୟୁଏସବି ଓ ଟାଇପ ସି ଚାର୍ଜିଂ ପଏଣ୍ଟଓ ବି ରହିଛି । ଏହାକୁ ବାଦ ଦେଲେ ଏହି ବାଇକଗୁଡିକରେ ଏଲସିଡି କନସୋଲ ସହିତ ଟ୍ରିପମିଟର, ଟାଇମ ଓ ଏବିଏସ ମୋଡ ସହିତ ଗିୟର ଇଣ୍ଡିକେଟର ଭଳି ଫିଚର୍ସ ରହିଛି । ସେହିଭଳି ଆଡଭେନଚରରେ ନିଜ ଭଳି ପ୍ରଥମ ଟିଲ୍ଟ ଆଡଜଷ୍ଟ ଡିସପ୍ଲେ ଲଗାଯାଇଛି । ଯାହାକୁ ଆପଣ ସିଧା ବି ରଖିପାରିବେ ଓ ଏହି ସିଟିଂ ପୋଜିସନରେ ବି ରହିପାରିବେ । ଆଡଭେନଚର ମଡେଲରେ ଟର୍ଣ୍ଣ ବାଇ ଟର୍ଣ୍ଣ ନାଭିଗେସନ ର ସୁବିଧା ବି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking