28.9 C
Bhubaneswar
Wednesday, April 17, 2024
Homeଦେଶ ବିଦେଶକରୋନା କହର ଭିତରେ ମଧ୍ୟପ୍ରଦେଶ ସରକାରଙ୍କ ବଡ ଘୋଷଣା

କରୋନା କହର ଭିତରେ ମଧ୍ୟପ୍ରଦେଶ ସରକାରଙ୍କ ବଡ ଘୋଷଣା

ମଧ୍ୟପ୍ରଦେଶ: ଦେଶରେ ଏବେ ମହାମାରୀ କରୋନାର ତୃତୀୟ ଲହର ଆରମ୍ଭ ହୋଇଯାଇଛି । ସବୁ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ମଧ୍ୟପ୍ରଦେଶରେ ବି କରୋନା ସଂକ୍ରମଣ ମାଡି ମାଡି ଚାଲିଛି । ପ୍ରତିଦିନ ହେଉଥିବା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁସାରେ ପ୍ରଦେଶରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସମସ୍ତ ସ୍କୁଲ ୩୧ ଜାନୁୟାରୀ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାତ୍ର ଅନଲାଇନ କ୍ଲାସ ଜାରି ରହିବ ବୋଲି କୁହାଯାଇଛି । ସେହିଭଳି ମେଳା ଓ ରାଜନୈତିକ ରାଲି ଉପରେ କଟକଣା ଜାରି ହୋଇଛି । ଆଜି ଅନୁଷ୍ଠିତ ହୋଇଥିବା କ୍ରାଇସିସ ମ୍ୟାନେଜମେଣ୍ଟ ଗ୍ରୁପ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି ମଧ୍ୟପ୍ରଦେଶ ସରକାର ।
ବୈଠକ ମଧ୍ୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ପ୍ରକାର କ୍ରୀଡାଭିତ୍ତିକ କାର୍ଯ୍ୟକ୍ରମ ବିନା ଦର୍ଶକରେ ଅନୁଷ୍ଠିତ ହେବ । ପ୍ରି-ବୋର୍ଡ ପରୀକ୍ଷାଗୁଡିକ ୨୦ ଜାନୁୟାରୀରୁ କରାଯିବା ନେଇ ପ୍ରସ୍ତାବ ଥିଲା । ସେହି ପରୀକ୍ଷାଗୁଡିକୁ ଟେକ ହୋମ ଏକ୍ସାମ ରୂପରେ ଆୟୋଜନ କରାଯିବ । ଏହାସହିତ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି କି, ହଲ ମଧ୍ୟରେ ହେଉଥିବା କାର୍ଯ୍ୟକ୍ରମ ୫୦ ପ୍ରତିଶତ କ୍ଷମତାରେ କରାଯିବ । ସେହିପରି ସମସ୍ତ ପ୍ରକାର ରାଜନୈତିକ, ସାଂସ୍କୃତିକ, ଧାର୍ମିକ, ଶୈକ୍ଷଣିକ, ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଯଦି ଖୋଲା ସ୍ଥାନରେ ଆୟୋଜନ ହୁଏ, ତେବେ ଏଥିରେ ୨୫୦  ଜଣ ଯୋଗ ଦେଇପାରିବେ । ଅନ୍ୟପଟେ ବଡ ଧରଣର ରାଲି, ବଡ ସଭା ସମାବେଶ ଉପରେ ଏବେ ପ୍ରତିବନ୍ଧକ ରହିବ ।
ସୂଚନାଯୋଗ୍ୟ, ମଧ୍ୟପ୍ରଦେଶରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଗୁରୁବାର ୪ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୧ ହଜାର ୩୯୪ରେ ପହଞ୍ଚିଛି । ସେହିଭଳି ଏହାମଧ୍ୟରେ ୩ ଜଣଙ୍କର ମୃତ୍ୟୁ ବି ହୋଇଛି । ପ୍ରଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୧୦ ହଜାର ୫୪୩ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking