34.1 C
Bhubaneswar
Friday, March 29, 2024
Homeଓଡିଶାଭିମ୍‌ସାର୍‌ରେ ଏମ୍‌ବିବିଏସ୍ ପରୀକ୍ଷା ସ୍ଥଗିତ

ଭିମ୍‌ସାର୍‌ରେ ଏମ୍‌ବିବିଏସ୍ ପରୀକ୍ଷା ସ୍ଥଗିତ

ସମ୍ବଲପୁର : ଭିମ୍‌ସାର୍‌ରେ ଏମ୍‌ବିବିଏସ୍ ପରୀକ୍ଷା ସ୍ଥଗିତ । ଆସନ୍ତାକାଲିଠୁ ହେବାକୁ ଥିବା ଏମ୍‌ବିବିଏସ୍ ପରୀକ୍ଷା ସ୍ଥଗିତ ରଖିଲେ କର୍ତ୍ତୃପକ୍ଷ । ପରୀକ୍ଷା ସ୍ଥଗିତ ରହିବା ନେଇ ଭିମ୍‌ସାର୍ ଡିନ୍‌ଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ବୁର୍ଲା ଭିମ୍‌ସାର୍‌ରେ ସଂକ୍ରମଣ ବୃଦ୍ଧି ପରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ସୂୁନାଯୋଗ୍ୟ, ରାଜ୍ୟରେ ଯେଉଁ ପରିମାଣରେ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଛି , ଏହାକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଭିମ୍‌ସାର୍‌ରେ ଯେଉଁ ଛାତ୍ରଛାତ୍ରୀମାନେ ସଂକ୍ରମଣ ହୋଇଛନ୍ତି ଓ ଯେଉଁମାନେ ଆଇସୋଲେସନ୍‌ରେ  ଅଛନ୍ତି ତେଣୁ ସେମାନେ ପରୀକ୍ଷା ଦେଇପାରିବେ ନାହିଁ । କିନ୍ତୁ ଯେଉଁମାନେ ସଂକ୍ରମିତ ହୋଇ ନାହାଁନ୍ତି ସେମାନେ ସଂକ୍ରମିତ ହେବାର ଆଶଂଙ୍କା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଉ ।

ଗୁରୁବାର ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ଆନୁଷ୍ଠାନିକ ଭାବେ ଏହି ନିର୍ଦ୍ଦେଶ ନାମା ଜାରି କରିଛନ୍ତି । ବର୍ତ୍ତମାନ ପାଇଁ ପରୀକ୍ଷା ସ୍ଥଗିତ ରହିଲା । ପରବର୍ତ୍ତି ତାରିଖ କେବେ ଘୋଷଣା କରାଯିବ ସେ ନେଇ କିଛି ନିଷ୍ପତି ନିଆଯାଇ ନାହିଁ । କୋଭିଡ୍ ପରିସ୍ଥିତିରେ ସୁଦ୍ଧାର ଆସିଲେ ପୁଣି ପରୀକ୍ଷା କେବେ ହେବ ତାହା ଘୋଷଣା କରାଯିବ ବୋଲି ଜଣାପଡ଼ିଛି । ଏ ନେଇ ଭିମ୍‌ସାର୍‌ର ଡିନ୍‌ଙ୍କ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି । ବର୍ତ୍ତମାନ ଭିମ୍‌ସାର୍‌ରେ କୋଭିଡ୍ ଆକ୍ରମାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆକ୍ରମାନ୍ତ ହେଉଛନ୍ତି ୟୁଜି ଛାତ୍ରଛାତ୍ରୀମାନେ ତାସହିତ ପିଜି ଡାକ୍ତର ଏବଂ ଡାକ୍ତରମାନେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି । କିଛିଦିନ ପୂର୍ବରୁ ଭିମ୍‌ସାର୍‌ର ଡିନ୍ ମଧ୍ୟ କୋରାନାରେ ଆକ୍ରାନ୍ତ ହୋଇ ଆଇସୋଲେସନ୍‌ରେ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ଭିମସାରେ ବିଗତ କିଛି ଦିନ ଧରି ଏକାଧିକ ଛାତ୍ରଛାତ୍ରୀ କୋଭିଡରେ ସଂକ୍ରମିତ ହୋଇଆସୁଛନ୍ତି । ଗତ ଡିସେମ୍ବର ୭ ତାରିଖରେ ଭିମସାରରୁ ୨ ଜଣ ଡେଲଟା ଭାରିଆଣ୍ଟ ଚିହ୍ନଟ ହୋଇଥିଲେ । ସେହିପରି ଗତ ନଭେମ୍ବର ମାସ ୨୬ ତାରିଖରେ ଶିକ୍ଷାନୁଷ୍ଠାନରୁ ୫ ଜଣ ଓ ୨୪ ତାରିଖରେ ୧୭ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତା’ ପୂର୍ବରୁ ସେଠାରୁ ୩୪ ଜଣ କୋଭିଡ୍ ଆକ୍ରାନ୍ତ ମଧ୍ୟ ଚିହ୍ନଟ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking