27.1 C
Bhubaneswar
Friday, March 29, 2024
Homeଓଡିଶାୟେସ୍ ବ୍ୟାଙ୍କରେ ଓଏମସିର ୬୫୦ କୋଟି ଜମାକୁ ନେଇ ବିଧାନସଭାରେ ଅଭିଯୋଗ

ୟେସ୍ ବ୍ୟାଙ୍କରେ ଓଏମସିର ୬୫୦ କୋଟି ଜମାକୁ ନେଇ ବିଧାନସଭାରେ ଅଭିଯୋଗ

ଭୁବନେଶ୍ବର:ଜଗନ୍ନାଥଙ୍କ ଟଙ୍କାଙ୍କୁ ନେଇ ବିଧାନସଭାରେ ହଟ୍ଟଗୋଳ ହେବା ପରେ ଆଜି ଓଏମସିର ୬୫୦ କୋଟି ଟଙ୍କାକୁ ନେଇ ଉଠିଛି ପ୍ରଶ୍ନ । ବିରୋଦୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି ଓଡ଼ିଶା ଖଣି ନିଗମ ୟେସ ବ୍ୟାଙ୍କରେ ୬୫୦ କୋଟି ଟଙ୍କା ଜମା ରଖିଛି । ଗତମାସ ଏହି ଟଙ୍କା ରଖାଯାଇଥିବା ସୂଚନା ମିଳିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ୟେସ ବ୍ୟାଙ୍କ ଉପରେ କଟକଣା ଜାରି କରିବା ପରେ ଏସବୁ ଟଙ୍କା ଫେରି ପାଇବା ନେଇ ଅନିଶ୍ଚିତତା ରହିଛି । ପୂର୍ବରୁ ଜଗନ୍ନାଥଙ୍କ ଟଙ୍କା ୟେସ ବ୍ୟାଙ୍କରେ ଜମା କରିବା ସଂପର୍କରେ ତୁମ୍ବି ତୋଫାନ ହେବା ପରେ ଏବେ ପୁଣି ଓଏମସି ଟଙ୍କା ଜମାକୁ ନେଇ ପ୍ରଶ୍ନ ଉଠିଛି ।
ଆଜି ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା ରଖିବା ପ୍ରସଙ୍ଗରେ ଆଜି ବିଧାନସଭାରେ ବିବୃତି ରଖିଥିଲେ ଅର୍ଥମନ୍ତ୍ରୀ ନିରଂଜନ ପୁଜାରୀ ।
ମନ୍ତ୍ରୀ ଗୃହରେ କହିଛନ୍ତି ମାର୍ଚ ୫ ତାରିଖ ଯାଏଁ ୟେସ୍ ବ୍ୟାଙ୍କ ସହିତ ଆର୍ଥିକ କାରବାର ନକରିବାକୁ ନେଇ କୌଣସି ସୂଚନା ଆସି ନଥିଲା । ଶ୍ରୀମନ୍ଦିରର ଟଙ୍କା ରଖିବାକୁ ମୋଟ୍ ୧୨ଟି ବ୍ୟାଙ୍କ ପ୍ରସ୍ତାବ ଦେଇଥିଲେ । କିନ୍ତୁ ୟେସ୍ ବ୍ୟାଙ୍କ ସର୍ବାଧିକ ୮.୬୧ ପ୍ରତିଶତ ସୁଧ ଦେବାକୁ ପ୍ରସ୍ତାବ ଦେଇଥିବାରୁ ଜଗନ୍ନାଥଙ୍କ ଟଙ୍କା ଏଥିରେ ରଖାଯାଇଥିଲା ବୋଲି ମନ୍ତ୍ରୀ କହିଛନ୍ତି । ଏହା ସହିତ ମନ୍ତ୍ରୀ କହିଛନ୍ତି ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଜରିଆରେ ହୋଇଥାଏ । ଏଥିରେ ରାଜ୍ୟ ସରକାର ହସ୍ତକ୍ଷେପ କରନ୍ତି ନାହିଁ ବୋଲି କହିଛନ୍ତି ।ଆଜି ବିଧାନସଭାନରେ ଏ ନେଇ ଆଲୋଚନା ବେଳେ ବିଜେପି ସଦସ୍ୟମାନେ ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ଚାଟାର୍ଡ ଆକାଉଣ୍ଟାଣ୍ଟ ବିଜୟ ସାହୁଙ୍କୁ ଟାର୍ଗେଟ କରିଥିଲେ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ଅଭିଯୋଗ କରିଥିଲେ, ଜଗନ୍ନାଥଙ୍କୁ କାଙ୍ଗାଳ କରିବା ପ୍ରୟାସରେ ଲାଗିଛନ୍ତି ସରକାର । ଭକ୍ତଙ୍କ ଆବେଗ ସହ ଖେଳାଯାଉଛି । ଜଗନ୍ନାଥଙ୍କ ସମ୍ପତ୍ତି ଲୁଟିବାକୁ ଉଦ୍ୟମ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ କିଏ ୟେସ ବ୍ୟାଙ୍କରେ ଟଙ୍କା ରଖିଲା ମନ୍ତ୍ରୀ ଗୃହରେ ଉତ୍ତର ରଖିବାକୁ ମୋହନ ମାଝି ଦାବି କରିଥିଲେ । ସରକାରଙ୍କ ପ୍ରଶାସନିକ ଅଧିକାରୀମାନେ ମହାପ୍ରଭୁଙ୍କ ଟଙ୍କା ଚଳୁ କରିଛନ୍ତି । ଏପରିକି ବିଜୟ ସାହୁଙ୍କୁ ବି ଟାର୍ଗେଟ କରିଥିଲେ ମୋହନ ମାଝି । ଘଟଣାର ସିବିଆଇ ତଦନ୍ତ ପାଇଁ ବି ସେ ଦାବି କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking