32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଲେ ବିଜେଡି ସାଂସଦ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ୟେସ ବ୍ୟାଙ୍କରେ ଥିବା ଶ୍ରୀ ଜଗନ୍ନାଥଙ୍କ ଟଙ୍କାକୁ ନେଇ ଗୁରୁବାର ବିଜୁ ଜନତା ଦଳର ସାଂସଦମାନେ ପୁଣି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାକ୍ଷାତ କରିଛନ୍ତି । ଚତୁର୍ଦ୍ଦଶ ଅର୍ଥ ଆୟୋଗଙ୍କ ସୁପାରିସକ୍ରମେ ୧୧୪ଟି ସ୍ବାୟତ୍ତ ଶାସନ ସଂସ୍ଥା ପାଇବାକୁ ଥିବା ୭୦୦କୋଟି ଟଙ୍କାର ଯୋଜନା ବାବଦ ଅର୍ଥ ରାଜ୍ୟକୁ ପ୍ରଦାନ କରିବାକୁ ଦାବି ଜଣାଇଥିଲେ ।
ବିଜୁ ଜନତା ଦଳର ସାଂସଦ ପ୍ରସନ୍ନ କୁମାର ଆଚାର୍ଯ୍ୟ, ଡ଼ ଅମର ପଟ୍ଟନାୟକ, ସରୋଜିନୀ ହେମ୍ବ୍ରମ୍ ଏବଂ ଡ଼ ସସ୍ମିତ୍ ପାତ୍ର ଅର୍ଥମନ୍ତ୍ରୀ ସୀତାରମଣଙ୍କୁ ଗୁରୁବାର ଭେଟିଥିଲେ । ଏହି ସାକ୍ଷାତ ସମୟରେ ଅର୍ଥମନ୍ତ୍ରୀ ଶ୍ରୀଜଗନ୍ନାଥ ମନ୍ଦିରର ୟେସ ବ୍ୟାଙ୍କରେ ଜମାଥିବା ୫୪୫କୋଟି ଟଙ୍କା ନେଇ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ସହ ଆଲୋଚନା କରିଥିବା କହିଛନ୍ତି । ଶ୍ରୀଜଗନ୍ନାଥଙ୍କ ମନ୍ଦିରର ଏହି ଜମାରାଶି ସୁରକ୍ଷିତ ରହିବ ବୋଲି ପୁଣି ଓଡ଼ିଶାରେ ସାଂସଦମାନଙ୍କୁ ଅବଗତ କରିଥିଲେ । ଏଥିସହ ସେ ଚତୁର୍ଦ୍ଦଶ ଅର୍ଥ ଆୟୋଗଙ୍କ ସୁପାରିସ ଅନୁସାରେ ରାଜ୍ୟକୁ ମିଳିବାକୁ ଥିବା ୭୦୦କୋଟି ଟଙ୍କା ପ୍ରଦାନ ଲାଗି ପଦକ୍ଷେପ ନେବେ ବୋଲି ଅର୍ଥମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।
https://onakhabar.com/2020/03/12/odisha-assembly-3/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking