36.1 C
Bhubaneswar
Thursday, May 2, 2024
Homeଓଡିଶାବର୍ଷା: ୧୭ ଜିଲ୍ଲାକୁ ୱାର୍ଣ୍ଣିଂ

ବର୍ଷା: ୧୭ ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ୱର: ଘଡଘଡି ସହ ବର୍ଷା ନେଇ ୧୭ ଜିଲ୍ଲାକୁ ପାଣିପାଗ ବିବାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସେହି ଜିଲ୍ଲାଗୁଡିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ନୟାଗଡ, ଖୋର୍ଦ୍ଧା, ପୁରୀ, ଗଂଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ଢେଙ୍କାନାଳ, ରାୟଗଡା, କୋରାପୁଟ ଓ ମାଲକାନଗିରି ଜିଲ୍ଲା ସାମିଲ ରହିଛି ।

ରାଜ୍ୟରୁ ଶୀତ ଗାୟବ ହୋଇଯିବ ଓ ପାଗ କୋହଲା ରହିବ। ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ପ୍ରଭା‌ବରେ ରାଜ୍ୟରେ ୧୦ରୁ ପାଗରେ ପରିବର୍ତ୍ତନ ଆସିବ । ଉତ୍ତର ଓଡ଼ିଶା ସମେତ ଉପକୂଳ ଓ ଆଭ୍ୟନ୍ତରରେ ଅଧିକ ବର୍ଷା ରହିବ । ଫଳରେ ଏହା ପୁଣି ଥରେ ଚାଷୀଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି। ଏଭଳି ପାଗରେ ଫସଲ ରୋଗପୋକ ଯୋଗୁଁ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ଅନ୍ୟପଟେ ଧାନ ମଳା ସରିନଥିବାରୁ କୃଷି ବିଜ୍ଞାନୀମାନେ ଧାନ ଗମୁଆ ହୋଇ ନଷ୍ଟ ହେବାର ଆଶଙ୍କା ମଧ୍ୟ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking