ବେଙ୍ଗାଲୁର: ବିଜେପି ନେତା ଏବଂ ଚାରିଥର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହୋଇଥିବା ବିଏସ୍ ୟେଦିୟୁରପ୍ପା ଶୁକ୍ରବାର ଭୋଟ୍ ରାଜନୀତିରୁ ସନ୍ନ୍ୟାସ ସମ୍ପର୍କରେ ସୂଚନା ଦେଇଛନ୍ତି । ଆଉ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି । ଶିମୋଗା ଜିଲ୍ଲାରେ ତାଙ୍କ ପରିବାରର ଗଡ଼ ଥିବା ଶିକାରୀପୁରାରୁ ତାଙ୍କ ପୁତ୍ର ବିୱାଇ ବିଜୟେନ୍ଦ୍ର ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ସେ କହିଛନ୍ତି । ପୁତ୍ର ବିଜୟେନ୍ଦ୍ର ପାଇଁ ସେ ଜନସାଧାରଣଙ୍କ ସମର୍ଥନ ଲୋଡ଼ିଥିଲେ । ୟେଦିୟୁରପ୍ପା ୧୯୮୩ରୁ ଏହି ସିଟ୍ରୁ ଆଠଥର ବିଜୟୀ ହୋଇଛନ୍ତି । ଆଗାମୀ ବିଧାନସଭା ନିର୍ବାଚନରେ ପୁତ୍ର ବିଜୟେନ୍ଦ୍ରଙ୍କୁ ସମର୍ଥନ ନିମନ୍ତେ ସେ ନିବେଦନ କରିଛନ୍ତି ।