ନୂଆଦିଲ୍ଲୀ : ଭାରତବର୍ଷ ହେଉଛି ବୀର ପୁରୁଷଙ୍କ ଜନ୍ମ ମାଟି । ଏହି ମାଟିରେ ଅନେକ ଯୋଦ୍ଧା , ବୀର ପୁରୁଷ , ସ୍ୱାଧିନତା ସଂଗ୍ରାମୀମାନେ ଜନ୍ମ ନେଇଥାନ୍ତି । ଯାହାକି ଆଜି ଏହି ମାଟିରେ ଯିଏ ପାଦ ଦିଏ ସିଏ ଗର୍ବ ଅନୁଭବ କରେ । ଏହି ବୀରପୁରୁଷର ଗୁୁଣଗାନ ଆଜି ସାରା ଭାରତ କରୁଛି । ଆଜି ହେଉଛି ଜାନୁଆରୀ ୨୩ ତାରିଖ । ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ । ସେ ଜାନୁୟାରୀ ୨୩ ତାରିଖ ୧୯୯୭ରେ କଟକ ଓଡିଆ ବଜାରରେ ଜନ୍ମ ଗ୍ରହଣ କରିଥିଲେ । ସେ ବିଲାତରେ ପାଠ ପଢି ସିଭିଲ ସର୍ଭିସ ପରୀକ୍ଷା ପାସ କରି ସମାଜ ସେବାକୁ ନିଜର ବୃତ୍ତି ଭାବେ ମାନି ନେଇଥିଲେ । ତାଙ୍କ ପିତା ହେଉଛନ୍ତି ଜାନକୀ ନାଥ ବୋଷ ଜଣେ ବିଶିଷ୍ଟ ଆଇନଜୀବୀ ଥିଲେ । ମାତାଙ୍କ ନାଁ ପ୍ରଭାତି ବୋଷ । ସେ ଜଣେ ଧାର୍ମିକ ମହିଳା ଥିଲେ । ନେତାଜୀଙ୍କ ଶରୀରରେ ସ୍ୱାଧିନତାର ରକ୍ତ ବିନ୍ଦୁ ବୋହୁଥିଲା । ଯାହା ତାଙ୍କ ସ୍ଲୋଗାନ ଚାରିଆଡେ ଚର୍ଚ୍ଚା ହେବାରେ ଲାଗିଥିଲା । ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧିନତା ଦେବି । ସୁଭାଷ ଚନ୍ଦ୍ର ବୋଷ ଜଣେ ଅନୁପ୍ରାଣିତ ବୀର ପୁରୁଷ । ଯିଏ ଦେଶରେ ସ୍ୱାଧୀନତା ଆଣିବା ପାଇଁ ନିଜ ଜୀବନକୁ ଉତ୍ସର୍ଗକୃତ କରିଦେଇଥିଲେ । ସିଏ ହେଉଛନ୍ତି ଦିଲ୍ଲୀ ଚଲ୍ଲୋ ଡାକରା ଏବଂ ଆଜାଦ ହିନ୍ଦ ଫୌଜ ଗଢିଥିବା ଐତିହାସିକ ପୁରୁଷ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ସେ ଭାରତର ଜଣେ ଶ୍ରେଷ୍ଠ ଯୋଦ୍ଧା । ନେତାଜୀଙ୍କର ୧୮ ଅଗଷ୍ଟ ୧୯୪୫ରେ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଯାହାକି ସାରା ଦେଶବାସୀଙ୍କୁ ଚକିତ କରିଦେଇଥିଲା । କୁହାଯାଉଛି ଯେ ଏବେ ବି ଜାପାନର ଏକ ମନ୍ଦିରରେ ନେତାଜୀ ସୁଭାଷଙ୍କର ଅସ୍ଥି ସୁରକ୍ଷାରେ ରହିଛି ।