27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶଏକ୍ସ ଖୁବ୍ ଶୀଘ୍ର ଉପଭୋକ୍ତାଙ୍କଠାରୁ ‘ମାସିକ ଦେୟ’ ଆଦାୟ କରିବ : ମସ୍କ

ଏକ୍ସ ଖୁବ୍ ଶୀଘ୍ର ଉପଭୋକ୍ତାଙ୍କଠାରୁ ‘ମାସିକ ଦେୟ’ ଆଦାୟ କରିବ : ମସ୍କ

ନୂଆଦିଲ୍ଲୀ: ସମସ୍ତ ‘ଏକ୍ସ’ ବ୍ୟବହାରକାରୀଙ୍କ ଠାରୁ ଏକ ସ୍ୱଳ୍ପ ମାସିକ ଦେୟ ଆଦାୟ କରିବାକୁ ଯାଉଛନ୍ତି ଏଲନ୍‌? ମସ୍କ । ଫଳରେ, ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଖୁବ ଶୀଘ୍ର ଆଉ କୌଣସି ପ୍ରକାରର ମାଗଣା ବ୍ୟବହାରର ସୁଯୋଗ ଦେବନାହିଁ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଏକ ସିଧା ପ୍ରସାରିତ ବାର୍ତ୍ତାଳାପରେ ଏକ୍ସ ମାଲିକ ମସ୍କ ସୂଚନା ଦେଇ କହିଛନ୍ତି ଯେ ଏହି ସାମାଜିକ ନେଟୱାର୍କ ପ୍ଲାଟଫର୍ମ ଆଉ ମାଗଣା ବା ଦେୟମୁକ୍ତ ସାଇଟ୍ ହୋଇପାରିବ ନାହିଁ । ସୋମବାର ମସ୍କ କହିଛନ୍ତି, ‘ବଟ’ର ମୁକାବିଲା କରିବା ପାଇଁ ଏହା ହିଁ ଏକମାତ୍ର ଉପାୟ । ‘ଏକ୍ସ’ରେ ସମସ୍ତଙ୍କୁ ଦେୟଯୁକ୍ତ କରିବାର ଚିନ୍ତାଧାରା ନୂଆ ନୁହେଁ । କାରଣ ଗତବର୍ଷ ମସ୍କ ଏହି ସୂଚନା ଦେଇଥିଲେ ।

କମ୍ପାନି ବର୍ତ୍ତମାନ ଏହାର ଏକ୍ସ ପ୍ରିମିୟମ ଉପଭୋକ୍ତାଙ୍କ ଠାରୁ ମାସକ ୮ ଡଲାର ଆଦାୟ କରୁଛି । ଯାହା ସେମାନଙ୍କୁ ସେମାନଙ୍କ ପୋଷ୍ଟଗୁଡିକୁ ସମ୍ପାଦନା କରିବା, କମ୍ ବିଜ୍ଞାପନ ଦେଖିବା, ଲମ୍ବା ପୋଷ୍ଟ ଲେଖିବା ଏବଂ ସନ୍ଧାନ (ସର୍ଚ୍ଚ) ଏବଂ ବାର୍ତ୍ତାଳାପରେ ପ୍ରାଥମିକତା ମାନ୍ୟତା ଦେବାର କ୍ଷମତା ପ୍ରଦାନ କରୁଛି । ମସ୍କ କହିଛନ୍ତି ଯେ ‘ଏକ୍ସ’ରେ ଏବେ ୫୫୦ ନିୟୁତ ମାସିକ ଉପଭୋକ୍ତା, ପ୍ରତିଦିନ ୧୦୦-୨୦୦ ନିୟୁତ ପୋଷ୍ଟ କରୁଛନ୍ତି । ବର୍ତ୍ତମାନ ଏହାର କେତେ ଦେୟ ପ୍ରଦାନକାରୀ ଗ୍ରାହକ (ପେଡ୍ ସବ୍‌ସ୍କ୍ରାଇବର) ଅଛନ୍ତି ତାହା ମସ୍କ ପ୍ରକାଶ କରି ନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking