29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଦରକାର ନାହିଁ ଅଧିକ ଡକ୍ୟୁମେଣ୍ଟ; ସବୁଠି ବ୍ୟବହାର ହେବ ଜନ୍ମ ପ୍ରମାଣପତ୍ର !

ଦରକାର ନାହିଁ ଅଧିକ ଡକ୍ୟୁମେଣ୍ଟ; ସବୁଠି ବ୍ୟବହାର ହେବ ଜନ୍ମ ପ୍ରମାଣପତ୍ର !

ନୂଆଦିଲ୍ଲୀ: କେବଳ ଜନ୍ମ ପ୍ରମାଣପତ୍ର ଥିଲେ ଏବେ କରିପାରିବେ ସମସ୍ତ କାମ । ବିନା ଅଧିକ ଡକ୍ୟୁମେଣ୍ଟରେ ଏବେ ଆପଣ ଆପଣଙ୍କର ଜରୁରୀ କାର୍ଯ୍ୟ ଗୁଡ଼ିକ କରିପାରିବ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଏ ସମ୍ପର୍କରେ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି । ଦିଆଯାଇଥିବା ସୂଚନା ଆଧାରରେ ଜନ୍ମ ପ୍ରମାଣପତ୍ର ହେଉଛି ଏକମାତ୍ର ଡକ୍ୟୁମେଣ୍ଟ ଯାହାକି ସମସ୍ତ କାର୍ଯ୍ୟରେ ପରିଚୟପତ୍ର ଭାବେ ବ୍ୟବହାର ହୋଇପାରିବ । ଯେପରିକି, ଶିକ୍ଷାନୁଷ୍ଠାନରେ ନାମଲେଖା ଠାରୁ ଆରମ୍ଭ କରି ଆଧାର ଅପ୍‌ଡେଟ୍‌, ଭୋଟର ତାଲିକା ସଂଶୋଧନ, ଡ୍ରାଇଭିଂ ଲାଇସେନ୍ସ, ବିବାହ ପଞ୍ଜୀକରଣ ଏବଂ ସରକାରୀ ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ । ଖାଲି ଏତିକି ନୁହେଁ, କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାର ଲାଭ ପାଇବା ପାଇଁ ଏହା ବ୍ୟବହାର ହୋଇପାରିବ ବୋଲି କୁହାଯାଇଛି । ଅକ୍ଟୋବର ୧ରୁ ଏହି ନିୟମ ଲାଗୁ ହେବ ବୋଲି କହିଛନ୍ତି କେନ୍ଦ୍ର ସରକାର । କେବଳ ଗୋଟିଏ ଡକ୍ୟୁମେଣ୍ଟ ଜନ୍ମ ପ୍ରମାଣପତ୍ରକୁ ଗୁରୁତ୍ୱ ଦିଆଯାଇଛି । ସେହିପରି ପୂର୍ବରୁ ଏନେଇ ସରକାରଙ୍କ ପକ୍ଷରୁ ଆଲୋଚନା କରାଯାଇଥିଲା । ଗତ ମୌସୁମୀ ଅଧିବେଶନରେ ସଂସଦର ଉଭୟ ଗୃହରେ ଏହି ପ୍ରସଙ୍ଗ ଉଠିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking