26.1 C
Bhubaneswar
Tuesday, October 3, 2023
Homeଅପରାଧଅନୈତିକ ସମ୍ପର୍କ ସନ୍ଦେହ କରି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ!

ଅନୈତିକ ସମ୍ପର୍କ ସନ୍ଦେହ କରି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ!

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ସବଡେଗା ଘୁଟୁପଡାରେ ଏକ ବନ୍ଦ ଘରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାମ ପ୍ରମିଳା ସୋରେଙ୍ଗ (୩୫) । ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ହତ୍ୟାର ସଠିକ କାରଣ ଜଣା ପଡି ନଥିଲେ ବି ଅନୈତିକ ସମ୍ପର୍କ ସନ୍ଦେହ କରି ତାଙ୍କ ସ୍ୱାମୀ ମହିଳାଙ୍କ ତଣ୍ଟି ଚିପି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣା ପରେ ସ୍ୱାମୀ ଅଲୀ ଫେରାର ହୋଇଯାଇଥିବାରୁ ହତ୍ୟା ସନ୍ଦେହ ଅଧିକ ଘନୀଭୂତ ହୋଇଛି । ଘଟଣାଟି ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନା ଅନୁସାରେ ଘୁଟୁପଡା ରୁନି କାହାଲିଙ୍କ ଘରେ କିଛି ଦିନ ହେଲା ଅଲୀ, ପତ୍ନୀ ପ୍ରମିଳା ଓ ୭ ବର୍ଷର ପୁଅ ସହ ଭଡାରେ ରହୁଥିଲେ ।

ଅଲୀ ସବଡେଗା ବଂଶଲ ଟ୍ରେଡର୍ସରେ ଶ୍ରମିକ ଭାବେ କାମ କରୁଥିଲେ । ସବୁ ଠିକଠାକ୍ ଥିବାବେଳେ ଗତ ୧୬ ତାରିଖରେ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଝଗଡା କରିଥିଲା । ଉଭୟଙ୍କ ମଧ୍ୟରେ ବହୁତ ପାଟିତୁଣ୍ଡ ହୋଇଥିଲା । ଘଟଣାର ୩ ଦିନ ପରେ ଭଡା ଘରୁ ଦୁର୍ଗନ୍ଧ ହେବା ଓ ଭଡାଟିଆ ପରିବାରର ଦେଖା ନଥିବାରୁ ଲୋକେ ତଳସରା ପୁଲିସକୁ ଖବର ଦେଇଥିଲେ । ପୁଲିସ ଆସିଥିଲେ ବି ଘରେ ତାଲା ପଡିଥିବାରୁ ମାଜିଷ୍ଟ୍ରେଟଙ୍କ ଆବଶ୍ୟକ ପଡିଥିଲା । ପରେ ମାଜିଷ୍ଟ୍ରେଟ୍ ତହସିଲଦାର ସୁମନ ମିଞ୍ଜ ଓ ସାଇଣ୍ଟିଫିକ ଟିମ୍ ର ଉପସ୍ଥିତିରେ ପୁଲିସ ତାଲା ଭାଙ୍ଗି ମୃତଦେହକୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ସ୍ୱାମୀ ଓ ପୁଅ ନଥିବାରୁ ପ୍ରମିଳାକୁ ହତ୍ୟା କରିବା ପରେ ପୁଅକୁ ନେଇ ଅଲୀ ଫେରାର ହୋଇଯାଇଥିବା କୁହାଯାଉଛି । ୧୭ ତାରିଖ ସକାଳେ ଅଲୀ ବଂଶଲ ଟ୍ରେଡର୍ସ ମାଲିକଙ୍କୁ ଭେଟି କୁଆଡେ ଘୁଟୁପଡାର ଜଣେ ମଦ ବେପାରୀ ସହ ସ୍ତ୍ରୀର ଖରାପ ସମ୍ପର୍କ ଥିବା ଓ ପୁଅ ସମ୍ମୁଖରେ ସେମାନେ ଶାରୀରିକ ସମ୍ପର୍କ ରଖିଥିବା କହି କାନ୍ଦି ପକାଇଥିଲେ । ବସରେ ବାପପୁଅ ଚାଲି ଯାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking