27.1 C
Bhubaneswar
Saturday, July 27, 2024
Homeଖେଳଡବ୍‌ଲ୍ୟୁପିଏଲ୍‌-୨: କାଶ୍‌ଭି ଗୌତମ ଓ କନିକା ଆହୁଜା ବାଦ୍‌

ଡବ୍‌ଲ୍ୟୁପିଏଲ୍‌-୨: କାଶ୍‌ଭି ଗୌତମ ଓ କନିକା ଆହୁଜା ବାଦ୍‌

ମୁମ୍ବାଇ: ଚଳିତମାସ ୨୩ ତାରିଖରୁ ଆରମ୍ଭ ହେବାକୁ ଥିବା ମହିଳା ପ୍ରିମିୟର୍ ଲିଗ୍ (ଡବ୍ଲ୍ୟୁପିଏଲ୍‌)ର ଦ୍ୱିତୀୟ ସଂସ୍କରଣ ପୂର୍ବରୁ ଆର୍‌ସିବି ଓ ଗୁଜରାଟ ଜାଏଣ୍ଟ୍‌ସକୁ ବଡ଼ ଧକ୍କା ଲାଗିଛି । ଟୁର୍ଣ୍ଣାମେଣ୍ଟ୍‌ର ସବୁଠୁ ମହଙ୍ଗା ଅନ୍‌କ୍ୟାପ୍‌ଡ୍ ଖେଳାଳି ଗୁଜରାଟ ଜାଏଣ୍ଟ୍ ଟିମ୍‌ର କାଶ୍‌ଭି ଗୌତମ ଆଘାତ କାରଣରୁ ପୂରା ସିଜନ୍‌ରୁ ବାଦ୍ ପଡ଼ିଛନ୍ତି । ଡବ୍‌ଲ୍ୟୁପିଏଲ୍ ୨୦୨୪ ଅକ୍ସନ୍‌ରେ ତାଙ୍କ ବେସ୍ ପ୍ରାଇସ୍ ୧୦ ଲକ୍ଷ ଟଙ୍କା ଥିବାବେଳେ ଗୁଜରାଟ ଜାଏଣ୍ଟ୍‌ସ ତାଙ୍କୁ ୨ କୋଟି ଟଙ୍କାରେ ନିଜ ସହ ସାମିଲ କରିଥିଲା । ଏବେ ସେ ଆହତ କାରଣରୁ ପୂରା ସିଜନ୍‌ରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଗୁଜରାଟ ଜାଏଣ୍ଟ୍‌ସ ମୁମ୍ବାଇର ସୟାଲି ସରଗଥେଙ୍କୁ ୧୦ ଲକ୍ଷ ଟଙ୍କାରେ ନିଜ ସହ ସାମିଲ କରିଛି । ସେହିପରି ସ୍ମୃତି ମନ୍ଧାନାଙ୍କ ନେତୃତ୍ୱାଧୀନ ଆର୍‌ସିବିର କନିକା ଆହୁଜା ଆହତ ହୋଇ ଟୁର୍ଣ୍ଣାମେଣ୍ଟ୍‌ରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଟିମ୍ ମହାରାଷ୍ଟ୍ରର ଶ୍ରଦ୍ଧା ପୋଖରକରଙ୍କୁ ବେସ୍ ପ୍ରାଇସ୍ ୧୦ ଲକ୍ଷ ଟଙ୍କାରେ ଚୁକ୍ତିବଦ୍ଧ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking