27.1 C
Bhubaneswar
Saturday, July 27, 2024
Homeଖେଳରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲ୍ ରାଉଣ୍ଡ୍ ୨୩ରୁ

ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲ୍ ରାଉଣ୍ଡ୍ ୨୩ରୁ

ମୁମ୍ବାଇ: ବିସିସିଆଇର ସବୁଠୁ ବଡ଼ ଘରୋଇ ଟୁର୍ଣ୍ଣାମେଣ୍ଟ୍ ରଣଜୀ ଟ୍ରଫି ୨୦୨୪ର ଲିଗ୍ ପର୍ଯ୍ୟାୟ ସୋମବାର ଶେଷ ହୋଇଛି । ଟୁର୍ଣ୍ଣାମେଣ୍ଟ୍‌ର କ୍ୱାର୍ଟର ଫାଇନାଲ୍ ରାଉଣ୍ଡ୍ ଫେବୃଆରୀ ୨୩ରୁ ଖେଳାଯିବ । ଏହି ରାଉଣ୍ଡ୍ ପାଇଁ ଟୁର୍ଣ୍ଣାମେଣ୍ଟ୍ ଲିଗ୍ ପର୍ଯ୍ୟାୟରୁ ୪ ଏବଂ ଏଲିଟ୍ ଗ୍ରୁପ୍‌ରୁ ଶୀର୍ଷ ୨ ଟିମ୍ ଯୋଗ୍ୟତା ଅର୍ଜନ କରିଛନ୍ତି । ନିଜ ନିଜ ଗ୍ରୁପ୍‌ର ଶୀର୍ଷରେ ଥିବା ଟିମ୍ ଘରୋଇ ପଡ଼ିଆରେ ଅନ୍ୟ ଗ୍ରୁପ୍‌ର ଦ୍ୱିତୀୟ ସ୍ଥାନରେ ଥିବା ଟିମ୍‌କୁ ଭେଟିବେ ।

ରଣଜୀ ଟ୍ରଫି ୨୦୨୪ର ପ୍ରଥମ କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ ବିଦର୍ଭ ଓ କର୍ଣ୍ଣାଟକ ମଧ୍ୟରେ ନାଗପୁରରେ ଖେଳାଯିବ । ସେହିପରି ଦ୍ୱିତୀୟ ମ୍ୟାଚ୍ ମୁମ୍ବାଇ ଓ ବରୋଦା ମଧ୍ୟରେ (ମୁମ୍ବାଇ), ତୃତୀୟ ମ୍ୟାଚ୍ ତାମିଲନାଡ଼ୁ ଓ ସୌରାଷ୍ଟ୍ର ମଧ୍ୟରେ (କୋଏମ୍ବାଟୁର) ଏବଂ ଅନ୍ତିମ କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ ମଧ୍ୟପ୍ରଦେଶ ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ (ଇନ୍ଦୋର) ଆୟୋଜିତ ହେବ । ସମସ୍ତ ମ୍ୟାଚ୍ ଫେବୃଆରୀ ୨୩ରୁ ୨୭ ପର୍ଯ୍ୟନ୍ତ ଖେଳାଯିବ । ଚଳିତ ଥରର ପ୍ଲେଟ୍ ଡିଭିଜନ୍‌ର ଶୀର୍ଷ ଦୁଇ ଟିମ୍ ହାଇଦ୍ରାବାଦ ଓ ମେଘାଳୟ ଆଗାମୀ ରଣଜୀ ଟ୍ରଫି ସିଜନ୍‌ରେ ଏଲିଟ୍ ଗ୍ରୁପ୍‌ରେ ଭାଗନେବେ । ସେହିପରି ୪ ଏଲିଟ୍ ଗ୍ରୁପ୍‌ର ନିମ୍ନରେ ଥିବା ମଣିପୁର ଓ ଗୋଆ ଟିମ୍‌କୁ ପ୍ଳେଟ୍ ଡିଭିଜନ୍‌କୁ ସ୍ଥାନାନ୍ତରିତ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking