29.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶବିଶ୍ୱ ଯକ୍ଷ୍ମା ଦିବସ ପାଳନ କରିବାର ଉଦ୍ଦେଶ୍ୟ

ବିଶ୍ୱ ଯକ୍ଷ୍ମା ଦିବସ ପାଳନ କରିବାର ଉଦ୍ଦେଶ୍ୟ

ନୂଆଦିଲ୍ଲୀ: ଆଜି ବି ଦୁନିଆର ସବୁଠୁ ୧୦ ଖତରନାକ ରୋଗରୁ ଗୋଟିଏ ହେଲା ଟ୍ୟୁବରକ୍ଲୋସିସ ତଥା ଟିବି । ଏହି ସାଂଘାତିକ ରୋଗ ପାଇଁ ପ୍ରତିବର୍ଷ ପ୍ରାୟ ୧୫ ଲକ୍ଷ ଲୋକଙ୍କ ଜୀବନ ଚାଲିଯାଏ । ଟିବି ବା  ଯକ୍ଷ୍ମା ହେଉଛି ଏକ ସଂକ୍ରାମକ ରୋଗ । ଯାହା ଟ୍ୟୁବରକ୍ୟୁଲୋସିସ ବ୍ୟାକ୍ଟେରିଆ ପାଇଁ ହୋଇଥାଏ । ଏହି ରୋଗ ଦ୍ୱାରା ଫୁସଫୁସ ଅଧିକ ମାତ୍ରାରେ ପ୍ରଭାବିତ ହୋଇଥାଏ । ହେଲେ ଅନେକ ଥର ଏହାର ପ୍ରଭାବ ବ୍ରେନ, ୟୁଟ୍ରସ, ମୁହଁ, ଲିଭର, କିଡନୀ ଓ ଗଳା ଉପରେ ବି ପଡେ । ତେବେ ସବୁଠୁ କମନ ଏହି ରୋଗ ଫୁସୁଫୁସରେ ଦେଖାଯାଏ । ଏଥିପାଇଁ ଏହି ରୋଗ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ୨୪ ମାର୍ଚ୍ଚକୁ ବିଶ୍ୱ ଟିବି ଦିବସ ଭାବରେ ପାଳନ କରାଯାଏ । ଟିବି ଏଥିପାଇଁ ଖତରନାକ, କାରଣ ଏହା ଶରୀରର ଯେଉଁ ଅଂଶରେ ହୋଇଥାଏ ତାକୁ ସଂପୂର୍ଣ୍ଣ ଭାବେ ନଷ୍ଟ କରି ଦେଇଥାଏ । ସେଥିପାଇଁ ସମୟ ପୂର୍ବରୁ ଏହାର ଲକ୍ଷଣ ଚିହ୍ନଟ କରି ଚିକିତ୍ସା କରିବା ଦରକାର ।
ଏହାର ଲକ୍ଷଣ
ଅନେକ ସପ୍ତାହ ଯାଏଁ କାଶ ହେବା
ରାତିରେ ଝାଳ ବାହାରିବା
ଜ୍ୱର ରହିବା
ଥକ୍କା ଲାଗିବା
ଓଜନ ହ୍ରାସ ହେବା
ପ୍ରଶ୍ୱାସ ନେବାରେ ସମସ୍ୟା ହେବା
ଭୋକ ନ ଲାଗିବା
ଥଣ୍ଡା ଲାଗିବା
ଲମ୍ବା ସମୟ ଧରି କାଶ ସମସ୍ୟା
ଏକ୍ସ ରେ କରିବା ପରେ ଫୁସଫୁସରେ ଦାଗ ଛିଦ୍ର ରହିବା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking