30.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଆଜି ‘ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ’

ଆଜି ‘ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ’

ନୂଆଦିଲ୍ଲୀ : ଆଜି ‘ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ’ । ବରିଷ୍ଠ ନାଗରିକଙ୍କ ପାଇଁ ଦିନଟିଏ । ପ୍ରତିବର୍ଷ ଅକ୍ଟୋବର ମାସର ଆରମ୍ଭରେ ଏହି ଦିବସ ପାଳନ କରାଯାଏ । ବରିଷ୍ଠ ନାଗରିକଙ୍କ ପାଇଁ ଆଜିର ଦିନ ସ୍ବତନ୍ତ୍ର । ବରିଷ୍ଠ ନାଗରିକଙ୍କୁ ସମ୍ମାନ ଜଣାଇ ପ୍ରତିବର୍ଷ ସାରା ବିଶ୍ବରେ ଏହି ଦିବସ ପାଳନ କରାଯାଉଛି । ବରିଷ୍ଠ ନାଗରିକ ହିଁ ସମାଜକୁ ପରିବର୍ତ୍ତନ କରିବାରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । କାହିଁକି ନା ବିଭିନ୍ନ ଜିନିଷକୁ ନେଇ ସେମାନଙ୍କ ନିଖୁଣ ପାରଙ୍ଗମତା ରହିଛି । ସେମାନଙ୍କ ଉଚିତ ମାର୍ଗଦର୍ଶନ ହିଁ ସମାଜରେ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିଥାଏ ।

ବରିଷ୍ଠ ନାଗରିକଙ୍କ ପରାମର୍ଶରେ ଯୁବପିଢୀ ହିଁ ସମାଜରେ ସଂସ୍କାର ଆଣିବାରେ ଆଗଭର ହୋଇଥାନ୍ତି । କେଉଁଟି ଭଲ ଓ କେଉଁଟି ମନ୍ଦ ତାହା ବରିଷ୍ଠ ନାଗରିକଙ୍କ ଠାରୁ କେହିବି ବୋଧ ହୁଏ ଅଧିକ ହୃଦୟଙ୍ଗମ କରିନଥିବେ । ସାରା ବିଶ୍ବରେ ବୟସ୍କ ଲୋକଙ୍କ ପ୍ରତି ହେଉଥିବା ର୍ଦୁବ୍ୟବହାର ଓ ଅନ୍ୟାୟକୁ ରୋକିବାକୁ ତଥା ବୟସ ବ୍ୟକ୍ତିଙ୍କ ପ୍ରତି ଭଲ ବ୍ୟବହାର ନିମନ୍ତେ ସଚେତନତା ସୃଷ୍ଟି ପାଇଁ ପ୍ରତି ବର୍ଷ ‘ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ’ ପାଳନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking