14.1 C
Bhubaneswar
Friday, January 10, 2025
Homeଦେଶ ବିଦେଶଆଜି ବିଶ୍ୱ ରେଡିଓଲୋଜି ଦିବସ

ଆଜି ବିଶ୍ୱ ରେଡିଓଲୋଜି ଦିବସ

ନୂଆଦିଲ୍ଲୀ : ଏକ୍ସ-ରେର ଆରମ୍ଭକୁ ମନେପକାଇବା ପାଇଁ ପ୍ରତି ବର୍ଷ ନଭେମ୍ବର ୮ ତାରିଖରେ ପାଳିତ ହୁଏ ବିଶ୍ୱ ରେଡିଓଗ୍ରାଫି ଦିବସ । ରେଡିଓଗ୍ରାଫର୍ ଓ ରେଡିଓଲୋଜିଷ୍ଟ୍, ଯେଉଁମାନଙ୍କ ଦ୍ୱାରା ଏକ୍ସ-ରେ ସମ୍ଭବ ହୋଇଥାଏ, ସେମାନଙ୍କ କଠିନ ପରିଶ୍ରମକୁ ଏହି ଦିବସ ସମ୍ମାନ ଜଣାଇଥାଏ । ୧୮୯୫ ମସିହାରେ ୱେରଜବର୍ଗ ବିଶ୍ୱବିଦ୍ୟାଳୟର ପ୍ରଫେସର ୱିଲହେମ୍ କନରାଡ ରଣ୍ଟଜେନଙ୍କ ଦ୍ୱାରା ଦୁର୍ଘଟଣାବଶତଃ ଏକ୍ସ-ରେର ଆବିଷ୍କାର ହୋଇଥିଲା । ରଣ୍ଟଜେନ୍ ନିଜ ପ୍ରୟୋଗଶାଳାରେ ଏକ କ୍ୟାଥୋଡ୍-ରେ ଟ୍ୟୁବ୍ ସହିତ କାମ କରୁଥିଲେ । ନେଗେଟିଭ୍ ଓ ପଜିଟିଭ୍ ଇଲେକ୍ଟ୍ରୋଡଯୁକ୍ତ ଏକ ବଲବ ଲାଗିଥିବା ତାଙ୍କ ଟ୍ୟୁବ୍ ନିକଟରେ ଏକ ଟେବଲରେ ସ୍ଫଟିକଗୁଡ଼ିକର ଚମକ ସେ ଲକ୍ଷ୍ୟ କଲେ । ଟ୍ୟୁବରେ ଥିବା ବାୟୁ ଅପସାରଣ ଏବଂ ଉଚ୍ଚ ଭୋଲ୍ଟେଜ୍ ପ୍ରୟୋଗ ପରେ ତାହା ସବୁଜ ରଙ୍ଗରେ ଚମକିବା ଆରମ୍ଭ କରିଥିଲା । କଳା କାଗଜ ଦ୍ୱାରା ଏହାକୁ ଆବୃତ୍ତ କରିବା ପରେ ସେ ଜାଣିବାକୁ ପାଇଲେ ଟ୍ୟୁବଠାରୁ କିଛି ଫୁଟ ଦୂରରେ ରଖାଯାଇଥିବା ସାମଗ୍ରୀରୁ ସବୁଜ ରଙ୍ଗର ଆଲୋକ ଉତ୍ପନ୍ନ ହେଉଛି । ଏଥିରୁ ସେ ନିଷ୍କର୍ଷରେ ପହଞ୍ଚିଲେ ଯେ ଟ୍ୟୁବରୁ ନୂଆ ପ୍ରକାର ରଶ୍ମି ବାହାରୁଛି । ଏହି ରଶ୍ମି ଆବୃତ୍ତ କାଗଜ ମଧ୍ୟଦେଇ ଅତିକ୍ରମ କରିବାରେ ସମର୍ଥ ଥିଲା । ଠୋସ୍ ବସ୍ତୁ ଉପରେ ଛାଇ ପକାଇଲେ ଏହି ନୂଆ ରଶ୍ମି ଅନେକ ଉପାଦାନ ମଧ୍ୟଦେଇ ଅତିକ୍ରମ କରିପାରିବ ବୋଲି ସେ ଆବିଷ୍କାର କଲେ । ମଣିଷ କୋଷିକା ମଧ୍ୟରେ ବି ଏହି ରଶ୍ମି ଅତିକ୍ରମ କରିପାରିବ ବୋଲି ସେ ହୃଦୟଙ୍ଗମ କଲେ । ତାଙ୍କ ପତ୍ନୀଙ୍କ ଉପରେ ସେ ଏହି ପରୀକ୍ଷା କରିଥିଲେ । ଏହି ଟେକ୍ନୋଲୋଜି ଜରିଆରେ ପତ୍ନୀଙ୍କର ହାଡ଼ ଓ ମୁଦି ଦିଶୁଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking