29.1 C
Bhubaneswar
Monday, April 27, 2026
Homeଦେଶ ବିଦେଶପିଜ୍ଜା ଖାଉଥିଲେ ହୋଇଯାଆନ୍ତୁ ସାବଧାନ!

ପିଜ୍ଜା ଖାଉଥିଲେ ହୋଇଯାଆନ୍ତୁ ସାବଧାନ!

ନୂଆଦିଲ୍ଲୀ: ଅନଲାଇନରୁ ଖାଦ୍ୟ ମଗାଇ ଖାଇବା ସୁବିଧା ସୁଆଦିଆ ଯେତିକି ସେତିକି କ୍ଷତିକାରଣ ମଧ୍ୟ। ଅନେକ ସମୟ‌ରେ ଅନଲାଇନରୁ ଖାଦ୍ୟ ଘରେ ପହଞ୍ଚିବା ପରେ ସେଥିରୁ କୀଟପତଙ୍ଗ ସହିତ ଛୁଞ୍ଚି, ନଖ ଓ ମଣିଷ ଚର୍ମ ଭଳି ଜିନିଷ ବାହାରିଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି। ନିକଟରେ ମହାରାଷ୍ଟ୍ର ପୁଣେରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି।

ପୁଣେର ପିମ୍ପରି-ଚିଞ୍ଚୱାଡରେ ବସବାସ କରୁଥିବା ଅରୁଣ କାପସେ ସ୍ପାଇନ ରୋଡସ୍ଥିଜ ଜୟ ଗଣେଷ ଏମ୍ପାୟରରେ ଥିବା ଡୋମିନୋଜ ଆଉଟଲେଟରୁ ୫୯୬ଟଙ୍କା ଦେଇ ପିଜ୍ଜା ମଗାଇଥିଲେ। ଘରେ ଆଣି ଉକ୍ତ ପିଜ୍ଜାଆ ଖାଇବା ସମୟରେ ସେ ଏକ ଧାରୁଆ ବସ୍ତୁ ସେଥିରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ନୀରିଖି ଦେଖିଲା ବେଳକୁ ତାହା ଏକ ଛୁରୀର ଖଣ୍ଡ ଥିଲା। ସୌଭାଗ୍ୟବଶତଃ ସେ ଉକ୍ତ ଛୁରୀ ଖଣ୍ଡକୁ ଗିଳି ନାହାନ୍ତି। ନଚେତ ତାଙ୍କ ସହିତ କ’ଣ ଘଟଣା ଘଟିଥାଆନ୍ତା ତାହା ଆପଣମାନେ ସ୍ପଷ୍ଟ ଭାବେ ବୁଝିପାରୁଥିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking