30.1 C
Bhubaneswar
Sunday, May 19, 2024
Homeମହିଳା କ୍ରିକେଟ୍ ବିଶ୍ୱକପ୍ମହିଳା ବିଶ୍ୱକପ୍‌: ବଢ଼ିଲା ଭାରତର ସେମି ଆଶା, ବାଂଲାଦେଶକୁ ୧୧୦ ରନରେ ପରାସ୍ତ କଲା ଭାରତ

ମହିଳା ବିଶ୍ୱକପ୍‌: ବଢ଼ିଲା ଭାରତର ସେମି ଆଶା, ବାଂଲାଦେଶକୁ ୧୧୦ ରନରେ ପରାସ୍ତ କଲା ଭାରତ

ନୂଆଦିଲ୍ଲୀ: ମହିଳା ବିଶ୍ୱକପରେ ଭାରତ ପାଇଁ ଆଜିର ଦିନଟି ଜବରଦସ୍ତ ରହିଛି । ଅଧିନାୟିକା ମିଥାଲି ରାଜାଙ୍କ ବାହିନୀ ବାଂଲାଦେଶକୁ ୧୧୦ ରନରେ ପରାସ୍ତ କରିଛି । ଏହି ବିଜୟ ଫଳରେ ଭାରତର ସେମିଫାଇନାଲ ଖେଳିବା ଆଶା ଉଜ୍ଜୀବିତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୨୨୯ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଶେଫାଳି ବର୍ମା ୪୨, ୟାଷ୍ଟିକ ଭାଟିଆ ୫୦, ସ୍ମୃତି ମନ୍ଧାନା ଓ ପୂଜା ଭଷ୍ଟ୍ରାକର ୩୦ ରନ ଲେଖାଏଁ ସଂଗ୍ରହ କରିଥିଲେ । ବାଂଲାଦେଶ ପକ୍ଷରୁ ରିଟୁ ମୋନି ସର୍ବାଧିକ ୩ଟି ଓ ନହିଦା ଅକ୍ତର ୨ଟି ୱିକେଟ ହାସଲ କରିଥିଲେ । ଜବାବରେ ବାଂଲାଦେଶ ୪୦.୩ ଓଭରରେ ମାତ୍ର ୧୧୯ ରନରେ ଅଲଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ସଲମା ଖାତୁନ ୩୨, ଲତା ମଣ୍ଡଳ ୨୪ ଓ ମୁର୍ସିଦା ଖାତୁନ ୧୯ ରନ ସଂଗ୍ରହ କରିଥିଲେ । ଦଳର ୬ ଜଣ ଖେଳାଳି ଦୁଇ ଅଙ୍କ ଟପି ପାରିନଥିଲେ । ଭାରତ ପକ୍ଷରୁ ସ୍ନେହ ରଣା ସର୍ବାଧିକ ୪ଟି, ଝୁଲଣ ଗୋସ୍ୱାମୀ ଓ ପୂଜା ଭଷ୍ଟ୍ରାକର ୨ଟି ଲେଖାଏଁ ୱିକେଟ ହାସଲ କରିଥିଲେ । ଆସନ୍ତା ୨୭ ତାରିଖରେ ଭାରତ ତା’ର ଅନ୍ତିମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିବ । ଉକ୍ତ ମ୍ୟାଚର ଫଳାଫଳ ଭାରତର ସେମି ନିର୍ଦ୍ଧାରଣ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking