27.1 C
Bhubaneswar
Friday, October 18, 2024
Homeଖେଳବେଙ୍ଗାଲୁରୁ ଓ ଚେନ୍ନାଇରେ ସାଉଥ୍ ଆଫ୍ରିକା ବିପକ୍ଷ ମହିଳା ସିରିଜ୍

ବେଙ୍ଗାଲୁରୁ ଓ ଚେନ୍ନାଇରେ ସାଉଥ୍ ଆଫ୍ରିକା ବିପକ୍ଷ ମହିଳା ସିରିଜ୍

ମୁମ୍ବାଇ: ଚଳିତ ବର୍ଷର ମହିଳା ଟି-୨୦ ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆ ଜୁନ୍‌ରେ ସାଉଥ୍ ଆଫ୍ରିକା ବିପକ୍ଷରେ ସମସ୍ତ ଫର୍ମାଟ୍‌ର ସିରିଜ୍ ଖେଳିବ । ଏଥିପାଇଁ ବିସିସିଆଇ ମଙ୍ଗଳବାର କାର୍ଯ୍ୟସୂଚୀ ଘୋଷଣା କରିଛି । ଭ୍ରମଣକାରୀ ଟିମ୍ ଜୁନ୍ ୧୩ରେ ବୋର୍ଡ ସଭାପତି ଏକାଦଶ ବିପକ୍ଷରେ ବେଙ୍ଗାଲୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଏକ ୱାର୍ମଅପ୍ ମ୍ୟାଚ୍ ଖେଳିବ । ଏହାପରେ ସମାନ ଭେନ୍ୟୁରେ ଜୁନ୍ ୧୬, ୧୯ ଏବଂ ୨୪ ତାରିଖରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ । ଏହାପରେ ଦୁଇ ଟିମ୍ ଚେନ୍ନାଇ ଯାତ୍ରା କରି ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଏକମାତ୍ର ଟେଷ୍ଟ୍ ମ୍ୟାଚ୍ ଖେଳିବେ । ଏହି ମ୍ୟାଚ୍ ଜୁନ୍ ୨୮ରୁ ଆରମ୍ଭ ହେବ । ଏହା ଦୁଇଟି ଟିମ୍ ମଧ୍ୟରେ ତୃତୀୟ ମ୍ୟାଚ୍ ହେବ । ପ୍ରାୟ ୧୦ ବର୍ଷ ତଳେ ମହୀଶୂରରେ ଦୁଇ ଟିମ୍ ଶେଷ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ । ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଗସ୍ତ କାର୍ଯ୍ୟକ୍ରମ ଶେଷ ହେବ । ଏହା ମ୍ୟାଚ୍‌ଗୁଡ଼ିକ ଚେନ୍ନାଇରେ ଜୁଲାଇ ୫, ୭ ଓ ୯ ତାରିଖରେ ଅନୁଷ୍ଠିତ ହେବ । ଏହା ସେପ୍ଟେମ୍ବର ଅକ୍ଟୋବରରେ ବାଂଲାଦେଶରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଦୁଇ ଟିମ୍‌ର ପ୍ରସ୍ତୁତି ମ୍ୟାଚ୍ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking