28.1 C
Bhubaneswar
Wednesday, April 24, 2024
Homeଓଡିଶାସ୍ତ୍ରୀର ମାନ୍ୟତା ଦାବିରେ ମହିଳାଙ୍କ ଧାରଣା ଜାରି: ଏଏସ୍‌ପିଙ୍କ ଦ୍ୱାରସ୍ଥହେଲେ ସମାଜସେବୀ ପ୍ରମିଳା

ସ୍ତ୍ରୀର ମାନ୍ୟତା ଦାବିରେ ମହିଳାଙ୍କ ଧାରଣା ଜାରି: ଏଏସ୍‌ପିଙ୍କ ଦ୍ୱାରସ୍ଥହେଲେ ସମାଜସେବୀ ପ୍ରମିଳା

ବ୍ରହ୍ମପୁର: ଧାରଣାରେ ବସିଥିବା କେ. ଦୀପିକା ଓ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହ ଦୀନେଶଙ୍କ ପରିବାର ଓ ଦେଶୀ ବେହେରା ସାହିର କିଛି ବାସିନ୍ଦାଙ୍କ ସହ ପାଟିତୁଣ୍ଡ ହୋଇଥିଲା । ଏ ନେଇ ବଡ଼ବଜାର ଥାନାରେ ୩ଟି ମାମଲା ରୁଜୁ ହୋଇଥିଲା । ଏହି ଘଟଣାରେ ଦୀପିକା ଓ ସମାଜସେବୀ ପ୍ରମିଳାଙ୍କ ଅଭିଯୋଗ ପ୍ରକାରେ କେ. ଦୀନେଶଙ୍କ ମାଆ, ବାପା, ମାମୁଁ କେ. ବାପୁଜୀ ରାଓଙ୍କ ସମେତ କିଛି ସ୍ଥାନୀୟ ବାସିନ୍ଦାଙ୍କ ନାମରେ ଅଭିଯୋଗ ହୋଇଥିଲା । ଏହି ଘଟଣାରରେ ପୁଲିସ ସଠିକ୍ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ନିମନ୍ତେ ସମାଜସେବୀ ପ୍ରମିଳା ତ୍ରିପାଠୀ ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍‌ଙ୍କ ଦ୍ୱାରସ୍ଥ ହୋଇଥିଲେ । ଏସ୍‌ପି ଅନୁପସ୍ଥିତ ଥିବା କାରଣରୁ ଅତିରିକ୍ତ ଏସ୍‌ପି ଅସିମ୍ ପଣ୍ଡାଙ୍କ ନିକଟରେ ଏକ ଲିଖିତ ଅଭିଯୋଗ କରିଥିବା ସାମାଜସେବୀ ପ୍ରମିଳା ତ୍ରିପାଠୀ କହିଛନ୍ତି ।

ତାଙ୍କ ଅଭିଯୋଗ ପତ୍ରକୁ ଏଏସ୍‌ପି ଶ୍ରୀ ପଣ୍ଡା ଗ୍ରହଣ କରିବା ସହ ଏହି ଘଟଣାର ଜଣେ ବରିଷ୍ଠ ପୁଲିସ ଅଧିକାରୀ ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି । ଅନ୍ୟପକ୍ଷରେ ଆଜି ଧାରଣାସ୍ଥଳକୁ ଏକ ଅଜଣା ବ୍ୟକ୍ତି ଜଣଙ୍କ ତାଙ୍କ ମାଆଙ୍କ ସାଥିରେ ଆଣି ତାଙ୍କ ନାମରେ ମିଥ୍ୟା ପ୍ରଚାର କରୁଛନ୍ତି ବୋଲି ସମାଜବେସୀ ପ୍ରମିଳା ତ୍ରିପାଠୀ ବଡ଼ ବଜାର ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ସମାଜସେବୀ ପ୍ରମିଳା ତାଙ୍କ ସ୍ତ୍ରୀଙ୍କ ସହ ମିଶାଇଦେବାକୁ କହି ତାଙ୍କ ଠାରୁ କିଛି ଟଙ୍କା ଠକି ନେଇ ଥିବା ନେଇ ଯୁବକ ଜଣଙ୍କ ଘଟଣାସ୍ଥଳରେ କହୁଥିବା ଶୁଣିବାକୁ ମିଳିଛି । ଏହି ଘଟଣାକୁ ନେଇ ବଡ଼ ବଜାର ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତିଙ୍କୁ ପଚାରିବାରୁ ବ୍ୟକ୍ତି ଜଣଙ୍କ ନୟାଗଡ଼ ଜିଲ୍ଲା ଚାନ୍ଦିପୁର ଗ୍ରାମର ଭରତ ସାହୁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଦୀନେଶ ତାଙ୍କୁ ବିବାହ କରିବାକୁ କହି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ବେଳେ ପରେ ବିବାହ କରିନଥିଲେ । ଏନେ ଦୀପିକା ଟାଉନ ଥାନାରେ ଅଭିଯୋଗ ପରେ ପୁଲିସ ଦୀନେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏଥି ମଧ୍ୟରେ ଦୀପିକାଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । କିନ୍ତୁ ଦିନେଶ ଅନ୍ୟତ୍ର ବିବାହ କରୁଥିବା ଶୁଣି ଦୀପିକା ଆସି ତାଙ୍କ ଘର ଆଗରେ ଦୀର୍ଘ ୧୨ ଦିନ ହେବ ଖରା ଓ ବର୍ଷାରେ ଧାରଣା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking