30.1 C
Bhubaneswar
Wednesday, April 24, 2024
Homeଓଡିଶାସାଢ଼େ ୪ ବର୍ଷ ପରେ ଜେଲରୁ ମୁକୁଳିଲେ ପିଣ୍ଟୁ

ସାଢ଼େ ୪ ବର୍ଷ ପରେ ଜେଲରୁ ମୁକୁଳିଲେ ପିଣ୍ଟୁ

ବ୍ରହ୍ମପୁର: ସାଢେ ୪ ବର୍ଷ ପରେ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଆଜି ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ତଥା ଶିବଶଙ୍କର ଓରଫ ପିଣ୍ଟୁ ଦାଶ ସର୍ତ୍ତ ମୂଳକ ଜାମିନରେ ମୁକୁଳିଛନ୍ତି । ସେ ସନ୍ଧ୍ୟା ସମୟରେ ଜେଲରୁ ମୁକୁଳିଥିବା ନେଇ ବ୍ରହ୍ମପୁର ମଣ୍ଡଳ କାରାଗାରାର ଅଧୀକ୍ଷକ ସତ୍ୟନାରାୟଣ ବେହେରା ସୂଚନା ଦେଇଛନ୍ତି । କିଛି ମାମଲାରେ ସେ ସ୍ଥାନୀୟ କୋର୍ଟରୁ ଜାମିନ ପାଇଥିଲେ ମଧ୍ୟ ଆଉ କିଛି ମାମଲାରେ ଜାମିନ ଖାରଜ ହୋଇଯାଇଥିଲା । ସେହିକ୍ରମରେ ପିଣ୍ଟୁଙ୍କ ଓକିଲ ଶିବନାରାୟଣ ସାହୁ ହାଇକୋର୍ଟରରେ ଜାମିନ ଆବେଦନ କରିଥିଲେ । କୋର୍ଟ ଏହାର ଶୁଣାଣି କରି ୫୦ ହଜାର ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ତାଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି । ସେଥି ମଧ୍ୟରୁ କିଛି ସର୍ତ୍ତ ଗୁଡ଼ିକ ହେଲା ସେ ଜେଲରୁ ମୁକୁଳିବା ପରେ ବାହାରିବା ପରେ କୌଣସି ରାଜନୈତିକ କାର୍ଯ୍ୟରେ ଯୋଗ ଦେଇପାରିବେ ନାହିଁ, ପ୍ରତି ସପ୍ତାହରେ ଗୋଷାଣୀନୂଆଗାଁ ଥାନାରେ ହାଜର ହେନେ ଏଭଳି କିଛି ସର୍ତ୍ତରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିବା ତାଙ୍କ ଓକିଲୋ ସୂଚନା ଦେଇଛନ୍ତି ।

ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ସମୟରେ ସେ ବିଭିନ୍ନ କାରଣ ଦର୍ଶାଇ ୩ଥର ଅନ୍ତରୀଣ ଜାମିନରେ ଆସିଥିଲେ । ଦୀର୍ଘ ସାଢେ ୪ ବର୍ଷ ପରେ କାରାଗାରରୁ ମୁକୁଳିଥିବାରୁ ଆଜି ତାଙ୍କ ସମର୍ଥକମାନେ ମଣ୍ଡଳ କାରାଗାର ସମ୍ମୁଖରେ ତାଙ୍କୁ ଫୁଲମାଳ ପିନ୍ଧାଇ ସ୍ୱାଗତ କରିବା ସହ ଘରକୁ ନେଇଥିଲେ । ସୂଚନାଯୋଗ୍ୟ ଯେ, ଦଳିତ ଲୋକଙ୍କ ଜମି ହଡପ କରିବା ସହ ସେମାନଙ୍କୁ ଧମକ ଦେଇଥିବା ସହ ଜାତୀଆଣ ଆକ୍ଷେପ ଅଭିଯୋଗରେ ପିଣ୍ଡୁ ଦାଶଙ୍କ ନାମରେ ବ୍ରହ୍ମପୁର ପୁଲିସ ଜିଲ୍ଲାର ଗୋଷାଣୀନୂଆଗାଁ ଥାନା ଓ ଗୋଳନ୍ଥରା ଥାନାରେ ୫ଟି ମାମଲା ରହିଥିଲା । ଏହା ସହ ତାଙ୍କ ନାମରେ ଷଡ଼ଜନ୍ତ୍ର, ବେଆଇନ ଅସ୍ତ୍ରଶସ୍ତ୍ର ନିରୋଧ ଆଇନ ବଳରେ ତାଙ୍କୁ ଗିରଫ କରାଯାଇଥିଲା । ଗିରଫ ପରେ ଗତ ୨୦୧୮ ଜାନୁଆରୀ ମାସ ୧୮ ତାରିଖରୁ ବ୍ରହ୍ମପୁର ଜେଲରେ ବିଚାରଧୀନ ବନ୍ଦୀ ଭାବରେ ରହିଥିଲେ । ପିଣ୍ଡୁଙ୍କ ପକ୍ଷରୁ ହାଇକୋର୍ଟ ଆଇନ୍‌ଜୀବୀ ଶକ୍ତିଧର ଦାଶ ଓ ଗଞ୍ଜାମ ଓକିଲ ସଂଘର ଆଇନ୍‌ଜୀବୀ ଶିବ ନାରାୟଣ ସାହୁ ମକଦ୍ଦମା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking