26.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶମହିଳା ହକି: ସେମିରେ ହାରିଲା ଭାରତ, ବ୍ରୋଞ୍ଜ୍ ପଦକ ପାଇଁ ଆଜି ନ୍ୟୁଜିଲାଣ୍ଡକୁ ଭେଟିବ

ମହିଳା ହକି: ସେମିରେ ହାରିଲା ଭାରତ, ବ୍ରୋଞ୍ଜ୍ ପଦକ ପାଇଁ ଆଜି ନ୍ୟୁଜିଲାଣ୍ଡକୁ ଭେଟିବ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସେମିଫାଇନାଲ୍‌ରେ ଭାରତୀୟ ମହିଳା ହକି ଟିମ୍ ଶୁକ୍ରବାର ରାତିରେ ନୈରାଶ୍ୟଜନକ ପରଜୟର ସମ୍ମୁଖୀନ ହୋଇଛି । ନିର୍ଦ୍ଧାରିତ ସମୟରେ ମ୍ୟାଚ୍ ୧-୧ରେ ଶେଷ ହେବାପରେ ଶୁଟ୍‌ଆଉଟ୍‌ରେ ଅଷ୍ଟ୍ରେଲିଆ ୩-୦ରେ ଭାରତକୁ ହରାଇ ସ୍ୱର୍ଣ୍ଣ ପଦକ ରେସ୍‌ରୁ ବାହାର କରିଦେଇଛି । ଏବେ ରବିବାର ଭାରତ ବ୍ରୋଞ୍ଜ୍ ପଦକ ପାଇଁ ନ୍ୟୁଜିଲାଣ୍ଡକୁ ଭେଟିବ । ମ୍ୟାଚ୍‌ର ଦଶମ ମିନିଟ୍‌ରେ ରେବେକା ଗ୍ରେଇନର୍‌ଙ୍କ ଗୋଲ୍ ବଳରେ ଅଷ୍ଟ୍ରେଲିଆ ପ୍ରାରମ୍ଭିକ ଅଗ୍ରଣୀ ହାସଲ କରିଥିଲା । ଏହାପରେ ଗୋଲ୍‌କିପର୍ ସବିତା ପୁନିଆଙ୍କ ନେତୃତ୍ୱରେ ଭାରତୀୟ ଡିଫେନ୍ସ ଅଷ୍ଟ୍ରେଲିଆକୁ ବାନ୍ଧି ରଖିଥିଲା । ଟୋକିଓ ଅଲିମ୍ପିକ୍‌ରେ ଚତୁର୍ଥ ସ୍ଥାନରେ ଥିବା ଭାରତ ପକ୍ଷରୁ ୪୯ତମ ମିନିଟ୍‌ରେ ସୁଶୀଳାଙ୍କଠାରୁ ପାଇଥିବା ଏକ ପାସ୍‌କୁ ପ୍ରତିପକ୍ଷ ଗୋଲ୍‌ପୋଷ୍ଟ୍‌କୁ ପଠାଇ ବନ୍ଦନା କଟାରିୟା ସ୍ଥିତି ବରାବର କରିଥିଲେ । ମ୍ୟାଚ୍ ନିର୍ଦ୍ଧାରିତ ସମୟରେ ୧-୧ ସ୍କୋର୍‌ରେ ଶେଷହେବା ପରେ ପେନାଲ୍ଟି ଶୁଟ୍‌ଆଉଟ୍‌ର ଆଶ୍ରୟ ନିଆଯାଇଥିଲା । ଭାରତ ପକ୍ଷରୁ ନେହା, ନବନୀତ କୌର ଏବଂ ଲାଲ୍‌ରେମ୍‌ସିଆମି ଗୋଲ୍ କରିବାରେ ବିଫଳ ହୋଇଥିବା ବେଳେ ଅଷ୍ଟ୍ରେଲିଆ ପକ୍ଷରୁ ଏମ୍ବ୍ରୋସିଆ ମାଲୋନ୍‌, ଏମି ଲାଟନ୍ ଏବଂ କାଟେଲିନ୍ ନୋବ୍ସ ଗୋଲ୍ କରି ଅଷ୍ଟ୍ରେଲିଆକୁ ୩-୦ରେ ବିଜୟୀ କରାଇବା ସହ ଫାଇନାଲ୍‌ରେ ପହଞ୍ଚାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking